ସବୁଠୁ ବଡ଼ ଷ୍ଟାଡିୟମ୍‌ରେ ଏସିଆ ଏକାଦଶ-ବିଶ୍ବ ଏକାଦଶ ମ୍ୟାଚ୍‌!

Advertisment
ସବୁଠୁ ବଡ଼ ଷ୍ଟାଡିୟମ୍‌ରେ ଏସିଆ ଏକାଦଶ-ବିଶ୍ବ ଏକାଦଶ ମ୍ୟାଚ୍‌!

Business Today

ନୂଆଦିଲ୍ଲୀ : ଗୁଜୁରାଟର ଅହମ୍ମଦାବାଦରେ ବିଶ୍ବର ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ କାମ ପାଖାପାଖି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ବର୍ଷ ସୁଦ୍ଧା ଏହି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ। ତେବେ ବିସିସିଆଇ ଏହି ଷ୍ଟାଡିୟମ୍‌ର ଉଦ୍‌ଘାଟନ ପାଇଁ ବଡ଼ ଯୋଜନା କରୁଛି। ଯଦି ଆଇସିସି ରାଜି ହୁଏ ଆସନ୍ତା ବର୍ଷ ମାର୍ଚ୍ଚରେ ଏହି ଷ୍ଟାଡିୟମ୍‌ରେ ପ୍ରଦର୍ଶନୀ ମ୍ୟାଚ୍ ପାଇଁ ଏସିଆ ଏକାଦଶ ଓ ବିଶ୍ବ ଏକାଦଶ ଲଢ଼େଇର ଯୋଜନା ରଖିଛି ବିସିସିଆଇ। ଷ୍ଟାଡିୟମ୍‌ର ଉଦ୍‌ଘାଟନୀରେ ଏହି ମ୍ୟାଚ୍ ରଖିବା ପାଇଁ ଆଇସିସିକୁ ଅନୁରୋଧ କରାଯିବ ବୋଲି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ୭୦୦ କୋଟି ଅଟକଳରେ ଏହି ଷ୍ଟାଡିୟମ୍ (୧ ଲକ୍ଷ ୧୦ ହଜାର କ୍ଷମତା) ନିର୍ମାଣ ହେଉଛି। ଷ୍ଟାଡିୟମ୍‌ଟି ୬୩ ଏକର ଜାଗାରେ ତିଆରି ହୋଇଥିବା ବେଳେ ୭୦ରୁ ଅଧିକ କର୍ପୋରେଟ୍ ବକ୍ସ ଏଥିରେ ରହିଛି। ଅଷ୍ଟ୍ରେଲିଆର ମେଲବର୍ଣ୍ଣ କ୍ରିକେଟ୍ ଷ୍ଟାଡିୟମ୍ ବର୍ତ୍ତମାନ ବିଶ୍ବରେ ସବୁଠାରୁ ବଡ଼ କ୍ରିକେଟ୍ ଷ୍ଟାଡିୟମ୍ (୯୦ ହଜାର କ୍ଷମତା) ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe