ବିଶ୍ୱ ଟେ୍ଵଣ୍ଟି-୨୦ ଫାଇନାଲ୍‌ ମେଲ୍‌ବର୍ନରେ

Advertisment
ବିଶ୍ୱ ଟେ୍ଵଣ୍ଟି-୨୦ ଫାଇନାଲ୍‌ ମେଲ୍‌ବର୍ନରେ

ମେଲ୍‌ବର୍ନ: ୨୦୨୦ ମସିହାର ବିଶ୍ୱ ଟେ୍ଵଣ୍ଟି-୨୦ ପ୍ରତିଯୋଗିତା ଲାଗି ଆଇସିସି ମଙ୍ଗଳବାର ସୂଚୀ ଘୋଷଣା କରିଛି। ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗିତା ଅଷ୍ଟ୍ରେଲିଆରେ ଖେଳାଯିବ। ସମାନ ଦେଶରେ ଉଭୟ ପ୍ରତିଯୋଗିତା ପ୍ରଥମ ଥର ହେବ। ମହିଳା ଫେବ୍ରୁଆରି ୨୧ରୁ ମାର୍ଚ ୮ ପର୍ଯ୍ୟନ୍ତ ଏବଂ ପୁରୁଷ ଦଳ ଅକ୍ଟୋବର ୧୮ରୁ ନଭେମ୍ଭର ୧୫ ପର୍ଯ୍ୟନ୍ତ ବିଶ୍ୱକପ୍‌ ପାଇଁ ଲଢ଼ିବେ। ୧୦ ମହିଳା ଏବଂ ୧୬ ପୁରୁଷ ଦଳ ଭାଗନେବେ।

ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଉଭୟ ଫାଇନାଲ୍‌ ମେଲ୍‌ବର୍ନ କ୍ରିକେଟ୍‌ ପଡ଼ିଆରେ ଖେଳାଯିବ। ଏମ୍‌ସିଜିରେ ୨୦୧୫ ବିଶ୍ୱକପ୍‌ ଫାଇନାଲକୁ ୯୩,୦୧୩ ଦର୍ଶକ ଦେଖିଥିଲେ। କିନ୍ତୁ ୨୦୨୦ ଫାଇନାଲ୍‌ ମହିଳା ବର୍ଗ ପାଇଁ ଏକ ନୂଆ କୀର୍ତିମାନ କରିବାର ସମ୍ଭାବନା ରଖିଛି। କୌଣସି ବର୍ଗର ମହିଳା ଖେଳ ପ୍ରତିଯୋଗିତାର କୀର୍ତିମାନ ୧୯୯୯ ଫିଫା ମହିଳା ବିଶ୍ୱକପ୍‌ ନାମରେ (୯୦, ୧୮୫ ଦର୍ଶକ) ରହିଛି। ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍‌ ଦଳ ଅଧିନାୟକ ମେଗ୍‌ ଲାନିଙ୍ଗ୍‌ ଏହାକୁ ନେଇ ଉତ୍ସାହିତ ହୋଇପଡ଼ିଥିବାବେଳେ ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ଡାଭ୍‌ ରିଚାର୍ଡସନ୍‌ କହିଛନ୍ତି ୨୦୨୦ରେ ନିଶ୍ଚିତ ନୂଆ କୀର୍ତିମାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe