କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ମିଳିବ ୨୦୧୯ ଖେଳରତ୍ନ ପୁରସ୍କାର

Advertisment
ସୁରକ୍ଷା ଆଗ, ତାପରେ ଅଲିମ୍ପିକ୍ସ: ପୁନିଆ

Zee News

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ବଜରଙ୍ଗ ପୂନିଆଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧି ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ। ବଜରଙ୍ଗ ପୂନିଆ କୁସ୍ତି ଜଗତରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ଏହି ପୁରସ୍କାର ପାଇବେ। ଏହି ପୁରସ୍କାର ଖେଳ ପାଇଁ ଦିଆଯାଉଥିବା ଭାରତର ସର୍ବୋଚ୍ଚ ସମ୍ମାନ। ଭାରତୀୟ କୁସ୍ତୀ ମହାସଂଘ (ଡବ୍ଲୁଏଫଆଇ) ପୂନିଆଙ୍କ ସହିତ ମହିଳା ପହଲମାନ ବୀନେଶ ଫାଗାଟଙ୍କୁ ଏହି ପୁରସ୍କାର ଦେବାପାଇଁ ସୁପାରିସ କରିଥିଲା। ପୂନିଆ ଗତବର୍ଷ ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଜରଙ୍ଗ ପୂନିଆଙ୍କୁ ଖେଳରତ୍ନ ପାଇଁ ମନୋନୀତ କରାଯାଇଛି। ସୂଚନାଯୋଗ୍ୟ ନିକଟରେ ବଜରଙ୍ଗ ପୂନିଆ ଜର୍ଜିଆରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି।

ଜର୍ଜିଆ ରାଜଧାନୀ ତିବିଲିସ୍‌ଠାରେ ଆୟୋଜିତ ତିବିଲିସ୍‌ ଗ୍ରାଁ ପ୍ରିରେ ବଜରଙ୍ଗ ପୁରୁଷ ଫ୍ରିଷ୍ଟାଇଲ୍‌ ୬୫ କେଜି ବର୍ଗ ଫାଇନାଲ୍‌ରେ ଇରାନ୍‌ ପ୍ରତିଦ୍ଵନ୍ଦ୍ୱୀ ପିମାନ୍‌ ବିବ୍ୟାନିଙ୍କୁ ୨-୦ରେ ପରାସ୍ତ କରି ବଜରଙ୍ଗ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଫଳରେ ଗତବର୍ଷ ମଧ୍ୟ ସମାନ ବର୍ଗରେ ଏଠାରେ ସ୍ୱର୍ଣ୍ଣ ଜିତିଥିବା ବଜରଙ୍ଗ ଏହି ପଦକ ବଜାୟ ରଖିଛନ୍ତି। ଏସୀୟ ବିଜେତା ବଜରଙ୍ଗଙ୍କ ପାଇଁ ଚଳିତ ଋତୁରେ ଏହା ଥିଲା ଚତୁର୍ଥ ସ୍ୱର୍ଣ୍ଣ। ଏହା ପୂର୍ବରୁ ଚଳିତ ଋତୁରେ ସେ ଡାନ୍‌ କୋଲୋଭ୍‌, ଏସୀୟ ପ୍ରତିଯୋଗିତା ଏବଂ ଅଲ୍ଲୀ ଅଲିଭ୍‌ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ କରାୟତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe