ନରହତ୍ୟା ମାମଲାରେ ଦିଲ୍ଲୀରୁ ଗିରଫ ହେଲେ କୁସ୍ତି ଖେଳାଳି ସୁଶୀଲ୍‌ କୁମାର

ସୁଶୀଲଙ୍କ ଜାମିନ ଆବେଦନକୁ ବିରୋଧ; କନିଷ୍ଠ କୁସ୍ତିଯୋଦ୍ଧାଙ୍କୁ ବନ୍ୟପ୍ରାଣୀ ଭଳି ଶିକାର କରୁଥିଲେ

Image Courtesy of India Today

ନୂଆଦିଲ୍ଲୀ: ଛତ୍ରଶାଳ ଷ୍ଟାଡିୟମ୍‌ ବିବାଦ ଯୋଗୁଁ ସାଗର ରାଣା ନାମକ ଜଣେ କୁସ୍ତି ଖେଳାଳିଙ୍କର ମୃତ୍ୟୁ ଘଟଣାରେ ଅଲିମ୍ପିକ୍‌ କୁସ୍ତି ଖେଳାଳି ସୁଶୀଲ୍‌ କୁମାରଙ୍କୁ ଆଜି ସକାଳେ ଦିଲ୍ଲୀରେ ଗିରଫ କରାଯାଇଛି। ସାଗର ରାଣା ହତ୍ୟାକାଣ୍ଡ ସମୟରୁ ସର୍ବଦା ସୁଶୀଲ୍‌ଙ୍କ ସାଥିରେ ରହୁଥିବା ଅଜୟ କୁମାରଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ମେ ୪ ତାରିଖ ରାତିରେ ଦିଲ୍ଲୀର ଉତ୍ତରାଞ୍ଚଳରେ ଅବସ୍ଥିତ ଛତ୍ରଶାଳ ଷ୍ଟାଡିୟମ୍‌ ଭିତରେ ସୁଶୀଲ୍‌ କୁମାରଙ୍କ ସମେତ ଅନ୍ୟ ମଲ୍ଲବୀରମାନେ (କୁସ୍ତି ଖେଳାଳି) ନିର୍ମମ ଆକ୍ରମଣ କରିବାରୁ ୨୩ ବର୍ଷିୟ ସାଗର ରାଣାଙ୍କର ମୃତ୍ୟୁ ଘଟିଥିଲା ଏବଂ ତାଙ୍କର ଦୁଇଜଣ ବନ୍ଧୁ ଆହତ ହୋଇଥିଲେ। ପୁଲସି କହିବା ଅନୁସାରେ, ପାର୍କିଙ୍ଗ୍ ଏରିଆରେ ସୁଶୀଲ୍ କୁମାର, ଅଜୟ କୁମାର, ପ୍ରିନ୍‌ସ୍‌, ସୋନୁ, ସାଗର ରାଣା, ଅମିତ ଏବଂ ଅନ୍ୟମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଏହାପରେ ପୁଲିସ ମଡେଲ୍‌ ଟାଉନ୍ ଥାନାରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

publive-image Image Courtesy of WION

ଉକ୍ତ ମାମଲା‌ର ‘ଏଫ୍‌ଆଇଆର୍‌’ରେ ନାମ ଉଲ୍ଲେଖ ଥିବା ସୁଶୀଲ୍‌ କୁମାର କିନ୍ତୁ, ସଂଘର୍ଷ ପରେ ପରେ ଫେରାର ହୋଇ ଯାଇଥିଲେ। ଦୁଇଥର ଅଲିମ୍ପିକ୍ ପଦକ ଜିଣିଥିବା ସୁଶୀଲ୍‌ କୁମାରଙ୍କ ସନ୍ଧାନ ‌ପାଇବା ଲାଗି ଦିଲ୍ଲୀ ପୁଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲା। ତାଙ୍କର ବନ୍ଧୁ ଅଜୟ କୁମାରଙ୍କ ସନ୍ଧାନ ପାଇବା ଲାଗି ମଧ୍ୟ ପୁଲିସ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe