Image Courtesy of Dailythanthi
ନୂଆଦିଲ୍ଲୀ: ଆବଶ୍ୟକ ନିର୍ବାଚନ କରାଇ ନ ପାରିଥିବାରୁ ‘ୟୁନାଇଟେଡ୍ ରେସ୍ଲିଙ୍ଗ୍’ (ୟୁଡବ୍ଲୁଡବ୍ଲୁ) ଅନିର୍ଦ୍ଦିଷ୍ଟ କାଳ ପାଇଁ ‘ରେସ୍ଲିଙ୍ଗ୍ ଫେଡେରେସନ୍ ଅଫ୍ ଇଣ୍ଡିଆ’ର (ଡବ୍ଲୁଏଫ୍ଆଇ) ସଦସ୍ୟତା ବାତିଲ କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।
ଅନେକ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ‘ଡବ୍ଲୁଏଫ୍ଆଇ’ ବା ଭାରତୀୟ କୁସ୍ତି ସଂଘ ତା’ର ନିର୍ବାଚନ ବାତିଲ କରିଛି। ୨୦୨୩ ଜୁନ୍ରେ ‘ଡବ୍ଲୁଏଫ୍ଆଇ’ର ନିର୍ବାଚନ ହେବାର ଥିଲା। କିନ୍ତୁ, ଭାରତୀୟ କୁସ୍ତିଯୋଦ୍ଧାମାନଙ୍କର କ୍ରମାଗତ ପ୍ରତିବାଦ ଓ କେତେକ ରାଜ୍ୟ ୟୁନିଟ୍ରୁ ଆଇନଗତ ପିଟିସନ୍ ଦାଏର କରାଯିବାରୁ ବହୁ ଥର ‘ଡବ୍ଲୁଏଫ୍ଆଇ’ ସ୍ଥଗିତ ରଖାଗଲାଣି।
Image Courtesy of NDTVଅଗଷ୍ଟ ୧୨ ତାରିଖ ଦିନ ‘ଡବ୍ଲୁଏଫ୍ଆଇ’ ବା ଭାରତୀୟ କୁସ୍ତି ସଂଘ ‘ଗଭର୍ଣ୍ଣିଙ୍ଗ୍ ବଡି’ର ୧୫ଟି ପଦବୀ ପାଇଁ ନିର୍ବାଚନ ଶେଷ କରିବାକୁ ସମୟ ଦିଆ ଯାଇଥିଲା। କିନ୍ତୁ, ନିର୍ଦ୍ଧାରିତ ସମୟରେ ନିର୍ବାଚନ ସମ୍ପନ୍ନ କରିପାରି ନ ଥିବା କାରଣରୁ ‘ୟୁଡବ୍ଲୁଡବ୍ଲୁ’ ‘ଡବ୍ଲୁଏଫ୍ଆଇ’ର ସଦସ୍ୟତା ରଦ୍ଦ କରିଛି।
କିନ୍ତୁ, ଏହି ନିର୍ଦ୍ଧାରିତ ୪୫ ଦିନ ସମୟ ସୀମା ମଧ୍ୟରେ ଭୂପେନ୍ଦ୍ର ସିଂହ ବାଜ୍ୱାଙ୍କ ନେତୃତ୍ବରେ ଆଡ୍-ହକ୍ ପାନେଲ୍ ନିର୍ବାଚନ କରାଯାଇ ନ ପାରିବାରୁ ଆଗାମୀ ‘ୱାର୍ଲଡ୍ ଚାମ୍ପିଅନ୍ସିପ୍’ରେ ଭାରତ ତରଫରୁ ଭାରତୀୟ କୁସ୍ତି ଖେଳାଳିମାନେ ଅଂଶ ଗ୍ରହଣ କରିପାରିବ ନାହିଁ।
କିନ୍ତୁ, ‘ନିରପେକ୍ଷ କ୍ରୀଡ଼ାବିତ୍’ (କୌଣସି ନିର୍ଦ୍ଦିଷ୍ଟ ଦେଶ ପକ୍ଷରୁ ନୁହେଁ) ଭାବେ ଭାରତୀୟ କୁସ୍ତିଯୋଦ୍ଧାମାନେ ‘ଅଲିମ୍ପିକ୍-କ୍ବାଲିଫାଇଙ୍ଗ୍ ୱାର୍ଲଡ୍ ଚାମ୍ପିଅନ୍ସିପ୍ସ୍’ରେ ଭାଗ ନେଇ ପାରିବେ। ସେପ୍ଟେମ୍ବର ୧୬ରେ ଏହା ଆରମ୍ଭ ହେବ।
Follow Us