ଋଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ, ୨୦ଟି ବଲରେ ୧୦୨ ରନ୍‌

ଋଦ୍ଧିମାନ ଶାହାଙ୍କ ବିସ୍ଫୋରକ ବ୍ୟାଟିଂ, ୨୦ଟି ବଲରେ ୧୦୨ ରନ୍‌

କୋଲକାତା: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ର ୧୧ ତମ ସଂସ୍କରଣ ପୂର୍ବରୁ  ଓ୍ଵିକେଟ୍‌କିପର ଋଦ୍ଧିମାନ ଶାହା ଶନିବାର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭାବରେ ନିଜକୁ ପରିଚିତ କରିପାରିଛନ୍ତି। କୋଲକାତାର ଜେସି ମୁଖାର୍ଜୀ ଟ୍ରଫି ଟି-୨୦ ମୁକାବିଲାରେ ମୋହନ ବାଗାନ କ୍ଲବ ତରଫରୁ ଖେଳି ମାତ୍ର ୨୦ଟି ବଲରେ ୧୦୨ ରନ୍‌ ସଂଗ୍ରହ କରିଛନ୍ତି। ଏଭଳି ସ୍କୋର କରିବା ସହିତ ଋଦ୍ଧିମାନ ଶାହ େଓ୍ଵଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲଙ୍କୁ ଅତିକ୍ରମ କରିଛନ୍ତି। ଗେଲ୍‌ ୨୦୧୩ରେ ୩୦ ବଲ ଖେଳି ଶତକ ହାସଲ କରିଥିଲେ।

publive-image

୩୩ ବର୍ଷିଅ ଶାହା ବିଏନ୍‌ଆର୍‌ ରିକ୍ରିଏସନ୍‌ କ୍ଲବ ବିରୋଧରେ ଶନିବାର କାଳିଘାଟ ପଡ଼ିଆରେ ଏଭଳି ପ୍ରଦର୍ଶନ କରିଛନ୍ତି। ବିପକ୍ଷ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ ସଂଗ୍ରହ କରିଥିଲେ। ୨ୟ ପାଳିରେ ୧୫୨ ରନ ବିଜୟ ଲକ୍ଷ୍ୟ ନେଇ ମୋହନ ବାଗାନ କ୍ଲବ ବ୍ୟାଟିଂ କରିଥିଲା। ଋଦ୍ଧିମାନ ଶାହା ଓ ଶୁଭମୟ ଦାସ ୭ ଓଭରରେ ୧୫୪ ରନ୍‌ ସଂଗ୍ରହ କରି ଦଳକୁ ବିଜୟ ଦେଇଥିଲେ। ଶୁଭମୟ ୨୨ଟି ବଲ ଖେଳି ଅପରାଜିତ ୪୩ ରନ୍‌ ଯୋଡ଼ି ଥିଲେ। ଶାହା ୭ମ ଓଭରରେ ମଧ୍ୟମ ଦ୍ରୁତ ବୋଲର ଅମନ ପ୍ରସାଦଙ୍କ ଓଭରରୁ ୩୬ ରନ୍‌ ସଂଗ୍ରହ କରିଥିଲେ। ଏହି ଓଭରରେ ଗୋଟିଏ ଓ୍ଵାଇଡ ବଲ ଫିଙ୍ଗି ଥିଲେ ଅମନ। ଫଳରେ ତାଙ୍କୁ ୩୭ ରନ୍‌ ଖର୍ଚ୍ଚ କରିବାକୁ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe