ଡବ୍ଲ୍ୟୁଟିସି ଫାଇନାଲ୍: ଭାରତର ୧୫ ଜଣିଆ ଦଳ, କୋହଲିଙ୍କ ପାଇଁ ବିଶ୍ବ କୀର୍ତ୍ତିମାନ ସୁଯୋଗ

Advertisment

ନ୍ୟୁଜିଲାଣ୍ଡ ଦଳରେ ୱିଲିୟମସନ୍

ନ୍ୟୁଜିଲାଣ୍ଡ ଦଳରେ ୱିଲିୟମସନ୍

ଡବ୍ଲ୍ୟୁଟିସି ଫାଇନାଲ୍: ଭାରତର ୧୫ ଜଣିଆ ଦଳ, କୋହଲିଙ୍କ ପାଇଁ ବିଶ୍ବ କୀର୍ତ୍ତିମାନ ସୁଯୋଗ

ସାଉଥାମ୍ପଟନ୍‌: ଶୁକ୍ରବାରଠାରୁ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ୍ ବିପକ୍ଷ ଆଇସିସି ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍ ମ୍ୟାଚ୍‌ ପାଇଁ ବିସିସିଆଇ ମଙ୍ଗଳବାର ୧୫ ଜଣିଆ ଦଳ ଘୋଷଣା କରିଛି। ମହମ୍ମଦ ସିରାଜ, ଶୁବମନ ଗିଲ୍‌ ଏବଂ ହନୁମା ବିହାରୀଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଛି। ନ୍ୟୁଜିଲାଣ୍ଡ୍ ଦଳ ଘୋଷଣା କରିବାର କିଛି ଘଣ୍ଟା ଭିତରେ ଭାରତ ତା’ ଦଳ ଘୋଷଣା କରିଛି। ଅଧିନାୟକ ବିରାଟ କୋହଲିଙ୍କ ସହିତ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, ଉପ ଅଧିନାୟକ ଅଜିଙ୍କ୍ୟ ରାହାଣେ, ଟେଷ୍ଟ୍ ସ୍ପେଶାଲିଷ୍ଟ୍‌ ଚେତେଶ୍ବର ପୂଜାରା ମଧ୍ୟ ରହିଛନ୍ତି। ରବୀନ୍ଦ୍ର ଜାଦେଜା, ରବିଚନ୍ଦ୍ରନ ଅଶ୍ବିନ୍‌ ସ୍ପିନ୍‌ ବିଭାଗରେ ରହିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଥିବା ଶାର୍ଦୁଳ ଠାକୁରଙ୍କ ବଦଳରେ ଉମେଶ ଯାଦବଙ୍କୁ ଚୂଡାନ୍ତ ଏକାଦଶରେ ନିଆଯାଇଛି। ପେସ୍‌ ବୋଲିଂ ବିଭାଗରେ ଯଶ୍ରପୀତ୍ ବୁମରା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ ଏବଂ ଉମେଶ ଯାଦବ ରହିଛନ୍ତି। ଉଭୟ ୱିକେଟରକ୍ଷକ ଋଦ୍ଧିମାନ ସାହା ଏବଂ ଋଷଭ ପନ୍ତ ମଧ୍ୟ ସାମିଲ ଅଛନ୍ତି। ମୟଙ୍କ ଅଗ୍ରୱାଲ. ୱାସିଂଟନ୍ ସୁନ୍ଦର, ଅକ୍ଷର ପଟେଲ୍‌ ଦଳରେ ସ୍ଥାନ ପାଇନାହାନ୍ତି।

ଭାରତୀୟ ଦଳ : ରୋହିତ ଶର୍ମା, ଶୁବମନ ଗଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ୍‌, ରବୀନ୍ଦ୍ର ଜାଦେଜା, ହନୁମା ବିହାରୀ, ଉମେଶ ଯାଦବ, ରବିଚନ୍ଦ୍ରନ ଅଶ୍ବିନ୍‌, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ୍ ବୁମରା, ମହମ୍ମଦ ସିରାଜ, ଋଦ୍ଧିମାନ ସାହା।

ନ୍ୟୁଜିଲାଣ୍ଡ ଦଳରେ ୱିଲିୟମସନ୍
ଭାରତ ବିପକ୍ଷ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (ଡବ୍ଲ୍ୟୁଟିସି) ଫାଇନାଲ୍ ଲାଗି ନ୍ୟୁଜିଲାଣ୍ଡ ମଙ୍ଗଳବାର ୧୫ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଆହତ ହୋଇ ଇଂଲଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ରୁ ବାଦ ପଡ଼ିଥିବା ଅଧିନାୟକ କେନ୍ ୱିଲିୟମସନ୍ ଏଥିରେ ସ୍ଥାନ ପାଇଛନ୍ତି। ଫଳରେ ସଂପ୍ରତି ସେ ସଂପୂର୍ଣ୍ଣ ଫିିଟ୍ ଥିବା ସ୍ପଷ୍ଟ ହୋଇଛି। ସମାନ କାରଣ ପାଇଁ ଦ୍ବିତୀୟ ଟେଷ୍ଟ୍ ଖେଳି ପାରି ନଥିବା ୱିକେଟ୍ ରକ୍ଷକ ବିଜେ ୱାଟଲିଙ୍ଗ୍ ମଧ୍ୟ ୧୫ ଜଣିଆ ଦଳରେ ନିଜ ସ୍ଥାନ ପକ୍କା କରିଛନ୍ତି। ଇଂଲଣ୍ଡ ଗସ୍ତରେ ଥିବା ୨୦ ଜଣିଆ ଦଳରୁ ଡବ୍ଲ୍ୟୁଟିସି ଫାଇନାଲ୍ ଦଳରୁ ଡଗ୍ ବ୍ରାସୱେଲ, ଜାକବ ଡଫି, ଡା‌ରେଲ ମିଚେଲ, ରାଚିନ ରବୀନ୍ଦ୍ର ଓ ମିଚେଲ ସାଣ୍ଟନରଙ୍କୁ ନ୍ୟୁଜିଲାଣ୍ଡ ବାଦ୍‌ ଦେଇଛି। ଦଳର କିଛି ଫିଜିଓ ଏବଂ ସହକାରୀ ପ୍ରଶିକ୍ଷକଙ୍କୁ ବି ନ୍ୟୁଜିଲାଣ୍ଡ ସ୍ବଦେଶ ପଠାଇ ଦେଇଛି।

ନ୍ୟୁଜିଲାଣ୍ଡ ଦଳ: କେନ୍ ୱିଲିୟମସନ୍ (ଅଧିନାୟକ), ଟମ୍ ବ୍ଲଣ୍ଡେଲ, ଟ୍ରେଣ୍ଟ ବୋଲ୍ଟ, ଡେଭନ୍ କନୱେ, କଲିନ ଡି’ ଗ୍ରାଣ୍ଡୋମେ, ମ୍ୟାଟ୍ ହେନରି, କାଇଲ ଜାମିସନ୍, ଟମ୍ ଲାଥାମ, ହେନରି ନିକୋଲ୍ସ, ଏଜାଜ ପଟେଲ, ଟିମ୍ ସାଉଦି, ରସ୍ ଟେଲର, ନିଲ୍ ୱାଗନର, ବିଜେ ୱାଟଲିଂ, ୱିଲ ୟଙ୍ଗ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe