ଡବ୍ଲ୍ୟୁଟିସି ଫାଇନାଲ୍, ପ୍ରଥମ ଦିନ ଧୋଇଗଲା

ଡବ୍ଲ୍ୟୁଟିସି ଫାଇନାଲ୍, ପ୍ରଥମ ଦିନ ଧୋଇଗଲା

ସାଉଥାମ୍ପଟନ୍‌ : ଭାରତ-ନ୍ୟୁଜିଲାଣ୍ଡ୍‌ ମଧ୍ୟରେ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେବାକୁ ଥିବା ଆଇସିସି ବିଶ୍ବ ଟେ‌ଷ୍ଟ୍ ଚାମ୍ପିଅନସିପ୍‌ ଫାଇନାଲ୍‌ର ପ୍ରଥମ ଦିନ ଖେଳ ବର୍ଷା କାରଣରୁ ସମ୍ପୂର୍ଣ୍ଣ ଧୋଇଯାଇଛି। ଲଗାଣ ବ‌ର୍ଷା ଏବଂ ଓଦା ପଡ଼ିଆ କାରଣରୁ ଗୋଟିଏ ବି ବଲ୍ ବୋଲିଂ ସମ୍ଭବ ହୋଇନଥିଲା। ଏପରିକି ‌ଟସ୍ ପକାଇବାକୁ ବି ସୁଯୋଗ ଦେଇନଥିଲା ବର୍ଷା। ଦୁଇ ପଡ଼ିଆ ଅମ୍ପାୟାର୍‌ ଡାରେନ୍‌ ଗଫ୍ ଏବଂ ରିଚାର୍ଡ ଇଲିଙ୍ଗୱର୍ଥ ଅନେକ ବାର ପଡ଼ିଆ ନିରୀକ୍ଷଣ କରିବା ପରେ ଭାରତୀୟ ସମୟ ସନ୍ଧ୍ୟା ୭.୩୦ରେ ବାତିଲ ଘୋଷଣା କରିଥିଲେ। ପୂର୍ବଦିନରୁ ବର୍ଷା ଲାଗି ରହିବା ପରେ ଅପରାହ୍ନରେ ଛାଡ଼ିଥିଲା। ଉନ୍ନତ ଜଳ ନିଷ୍କାସନ ବ୍ୟବସ୍ଥା ଥିଲେ ମଧ୍ୟ ପଡ଼ିଆ ଉପଯୋଗୀ ହୋଇପାରିନଥିଲା। ଅନ୍ୟୁନ ୬ ଘଣ୍ଟା ଖେଳ ଧୋଇଯାଇଥିବାରୁଏହି ବହୁ ପ୍ରତୀକ୍ଷିତ ଫାଇନାଲ୍‌ ସଂରକ୍ଷିତ ଦିବସ ଆଡ଼କୁ ଯିବା ସୁଯୋଗ ରହିବ। ଆବଶ୍ୟକ ସ୍ଥଳେ ଷଷ୍ଠ ଦିବସରେ ବି ଖେଳ ହୋଇପାରିବ।

ଭାରତୀୟ ଦଳକୁ ହାର୍ଦିକ୍‌ ପାଣ୍ଡ୍ୟାଙ୍କ ବାର୍ତା: ଟ୍ରଫି ଆଣି ଆସ
ନୂଆଦିଲ୍ଲୀ : ଫାଇନାଲ୍‌ ପୂର୍ବରୁ ତାରକା ଅଲ୍‌ରାଉଣ୍ଡର ହାର୍ଦିକ୍‌ ପାଣ୍ଡ୍ୟା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇବା ସହିତ ଟ୍ରଫି ଦେଶକୁ ଆଣିବା ପାଇଁ ବାର୍ତା ଛାଡ଼ିଛନ୍ତି। ଏହି ଧଳାବଲ୍‌ ବିଶେଷଜ୍ଞ ପାଣ୍ଡ୍ୟା ଡବ୍ଲୁଟିସି ଫାଇନାଲ୍‌ ପାଇଁ ଦଳରୁ ବାଦ୍‌ ପଡ଼ିଥିଲା ବେଳେ ଆଗାମୀ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳା ପାଇଁ ମୁମ୍ବାଇରେ ସଂଗରୋଧରେ ରହିଛନ୍ତି। ହେଲେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ଦଳ ଡବ୍ଲୁଟିସି ଟ୍ରଫି ଜିତି ଘରକୁ ଫେରିବାକୁ ବାର୍ତା ଦେଇଛନ୍ତି। ତୁମମାନଙ୍କ ପାଇଁ ମାତ୍ର ଗୋଟିଏ ଟେ‌ଷ୍ଟ ରହିଛି। କପ୍‌ ଘରକୁ ଆଣ ବୋଲି ହାର୍ଦିକ୍‌ ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe