୧୦,୦୦୦ ମହିଳାଙ୍କ ସମ୍ପର୍କରେ କିଂବଦନ୍ତି କ୍ରୀଡ଼ାବିତ୍‌

Advertisment
୧୦,୦୦୦ ମହିଳାଙ୍କ ସମ୍ପର୍କରେ କିଂବଦନ୍ତି କ୍ରୀଡ଼ାବିତ୍‌

worldsportnews.org

ଲଣ୍ଡନ୍: ରିକ୍ ଫ୍ଲେୟାର ଜଣେ ମହାନ କ୍ରୀଡ଼ାବିତ୍‌ ଏବଂ ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ ମନୋରଂଜନକାରୀ କୁସ୍ତି‌ଯୋଦ୍ଧା। ରିକ୍‌ କିନ୍ତୁ ସ୍ବୀକାର କରିଛନ୍ତି ନିଜ ଜୀବନରେ ସେ ୧୦,୦୦୦ ମହିଳାଙ୍କ ସହ ରାତ୍ରୀଯାପନ କରିଛନ୍ତି। ୪ ଥର ବିବାହ କରିଥିଲେ ମଧ୍ୟ ଫ୍ଲେୟାର କୁହନ୍ତି ମୁଁ ଯୌନ ଜୀବନ କଥା କହିବା ବେଳେ ଏକକ ବିବାହକୁ ନେଇ ସଂଘର୍ଷ କରିଥାଏ। କୁସ୍ତି ପାଇଁ ମୋତେ ହଚିସନ୍‌, କାନସାସ୍ ଆଦି ସ୍ଥାନରେ ରହିବାକୁ ପଡୁଥିବାରୁ ମୋତେ ସେଠାରେ ରାତ୍ରୀଯାପନ କରିବାକୁ ପଡ଼ିଥାଏ। ମୋତେ ରାତିରେ ନିଜ ପାଇଁ କିଛି କରିବାକୁ ପଡ଼ିଥାଏ। ୧୦,୦୦୦ ମହିଳାଙ୍କ ସହ ରାତ୍ରୀଯାପନ କରିବା ଦାବିକୁ ସେ ମଧ୍ୟ ଦୋହରାଇଥିଲେ। ଇଏସପିଏନ୍‌ର '୩୦ ଫର୍ ୩୦' ପ୍ରାମାଣିକ ପାଇଁ କାମ କରିବା ଅବସରରେ ଫ୍ଲେୟାର୍ ଏଭଳି କଥା କହି ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ମୁଁ ଏଭଳି କାର୍ଯ୍ୟକୁ ସପ୍ତମ ଗ୍ରେଡ୍‌ରେ ପଢ଼ିବା ଦିନରୁ କରି ଆସିଛି। ଧରି ନିଅନ୍ତୁ ମୁଁ ପରିକଳ୍ପନାରୁ କହୁଛି। ମୁଁ ୫ ଜଣଙ୍କ ସହ ଶୋଇଛି, ଆପଣ ନିଶ୍ଚିତ ଅନ୍ୟ ବନ୍ଧୁକୁ କହିବେ। ମୁଁ ଯଦି ୨୫୦ କି ୫୦୦୦ ବି କ‌ହେ ତେବେ ଆପଣ କହି ପାରନ୍ତି 'ହୋଇଥିବ'। ତେଣୁ ମୁଁ କଥିତ ସଂଖ୍ୟାଠାରୁ କିଛି କମ୍‌ରେ ନାହିଁ। ସମସ୍ତେ କିନ୍ତୁ ମେରିଲନ୍ ‌ମନରୋଏ (ଯୌନ ବିପ୍ଳବୀ ଆମେରିକୀୟ ଅଭିନେତ୍ରୀ) ନୁହଁନ୍ତି, ମୁଁ ବି ଦେଶି ଦୂରରେ ନାହିଁ। ମୁଁ କିନ୍ତୁ ତିନୋଟି କଥାରେ ଭାରି ଭଲ- ରେସଲିଂ, ଡ୍ରିଙ୍କିଙ୍ଗ୍‌ ଓ ଟକିଂ। ଶୁଭରାତ୍ରୀ କହିବାକୁ ଭଲ ପାଏ। ଅତୀତରେ ‌ଫ୍ଲେୟାର୍ କେତେକ ବକ୍ତବ୍ୟ ରଖି ଚର୍ଚ୍ଚାକୁ ଆସିଥିଲେ। ସେଥି ମଧ୍ୟରୁ ଗୋଟିଏ ଦୁଇଟି ଉଦାହରଣ ଥିଲା ଏଭଳି 'ସବୁ ମହିଳା ମୋ ସହ ରହିବାକୁ ଚାହାନ୍ତି, ସବୁ ପୁରୁଷ ମୋ ଭଳି ହେବାକୁ ଚାହାନ୍ତି'। 'ସେ ଭିଟାମିନ୍‌ ଓ ଦୁଗ୍‌ଧ ବିକୁଛନ୍ତି, ମୁଁ ସେକ୍ସ ଓ ମଦ ବିକୁଛି'। ସୂଚନାଯୋଗ୍ୟ, ରିକ୍ ଫ୍ଲେୟାର୍‌ ୧୬ ଥର ଡବୁଲ୍ୟଡବୁଲ୍ୟଇ ବିଶ୍ବ ବିଜେତା, ୮ ଥର ଏନଡବୁଲ୍ୟଏ ବିଶ୍ବ ‌ହେଭିୱଟ ବିଜେତା, ୬ ଥର ଡବଲ୍ୟୁସିଡବଲ୍ୟୁ ହେଭିୱେଟ୍ ଏବଂ ୨ ଥର ଡବଲ୍ୟୁଡବୁଲ୍ୟଏଫ୍‌ ବିଜେତା ହୋଇଛନ୍ତି। ୨୦୦୮ରେ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe