୭୫ବର୍ଷ ବୟସରେ ୫ମ ସ୍ତ୍ରୀଙ୍କ ସହିତ କୁସ୍ତିଯୋଦ୍ଧାଙ୍କ ହେଲା ଛାଡ଼ପତ୍ର

ବିବାହର ୬ବର୍ଷ ପରେ ରିକ ଛାଡ଼ପତ୍ର ନେବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। ରିକଙ୍କ ବୟସ ଏବେ ୭୫ବର୍ଷ।  ଏହା ତାଙ୍କ ୫ମ ବିବାହ ଥିଲା। ଛାଡ଼ପତ୍ର ଦେଇଥିବା ସ୍ତ୍ରୀଙ୍କ ବୟସ ୬୪ବର୍ଷ ରହିଛି।

ଅଦ୍ୟତନ ହୋଇଛି
୩୨୪

ନୂଆଦିଲ୍ଲୀ: କୁସ୍ତିଯୋଦ୍ଧା ରିକ ଫ୍ଲେୟର ନିଜର ଛାଡ଼ପତ୍ରର ଘୋଷଣା ପରେ  ବିଶ୍ବ ରେସଲିଙ୍ଗ ଏଣ୍ଟରଟେନମେଣ୍ଟ ଅର୍ଥାତ ଡବ୍ଲୁଡବ୍ଲୁଇ ପ୍ରେମୀମାନେ ଚକିତ ହୋଇଯାଇଛନ୍ତି। ୨୦୧୮ରେ ରିକ ୱେଣ୍ଡି ବାର୍ଲୋଙ୍କୁ ବିବାହ କରିଥିଲେ। ବିବାହର ୬ବର୍ଷ ପରେ ରିକ ଛାଡ଼ପତ୍ର ନେବା ଘଟଣା ଚର୍ଚ୍ଚାର ପରିସରରେ ରହିଛି। ରିକଙ୍କ ବୟସ ଏବେ ୭୫ବର୍ଷ।  ଏହା ତାଙ୍କ ୫ମ ବିବାହ ଥିଲା। ଛାଡ଼ପତ୍ର ଦେଇଥିବା ସ୍ତ୍ରୀଙ୍କ ବୟସ ୬୪ବର୍ଷ ରହିଛି।

ଫ୍ଲେୟର ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି,‘ - ୱେଣ୍ଡି ଏବଂ ମୁଁ ୧୩ଟି ଚମତ୍କାର ବର୍ଷ ବିତାଇଛୁ। ପ୍ରତ୍ୟେକ ଦମ୍ପତିଙ୍କ ପରି ଆମ ଜୀବନରେ ଆସିଥିବା ପ୍ରତିଟି ଉଠାଣି ଗଡ଼ାଣିକୁ ମିଶିକି ସାମ୍ନା କରିଛୁ । ମୁଁ ଭାବୁଛି ବର୍ତ୍ତମାନ ସମସ୍ତଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ଆମେ ସମ୍ମାନର ସହିତ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ। ମୁଁ ୨୦୧୭ରେ ଏକ କଠିନ ପର୍ଯ୍ୟାୟ ଦେଇ ଗତି କରୁଥିଲି । ୱେଣ୍ଡି ସେତେବେଳେ ମୋତେ ବହୁତ ସାହାଯ୍ୟ କରିଥିଲେ । ଧନ୍ୟବାଦ ଶବ୍ଦ ତାଙ୍କ ପାଇଁ ଖୁବ କମ ହୋଇଯିବ।  ସେ ମୋତେ କେବେ ବି ହାତ ଛାଡି କରିନାହାନ୍ତି। ଏଥିପାଇଁ ମୁଁ ସର୍ବଦା କୃତଜ୍ଞ ରହିବି। ଆମେ ବର୍ତ୍ତମାନ ବିଭିନ୍ନ ପ୍ରୋଜେକ୍ଟରେ କାମ କରୁଛୁ । ମୁଁ ତାଙ୍କୁ ତାଙ୍କ ପ୍ରୋଜେକ୍ଟ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ମୁଁ ଜାଣେ ସେ ମୋର ସମର୍ଥନ କରନ୍ତି ।

ଫ୍ଲେୟାର ସେପ୍ଟେମ୍ବର ୨୦୧୮ରେ ବାର୍ଲୋଙ୍କୁ ବିବାହ କରିଥିଲେ । ବାର୍ଲୋ ଫ୍ଲେୟରଙ୍କ ପଞ୍ଚମ ପତ୍ନୀ । ପୂର୍ବରୁ ଲେସଲି ଗୁଡମ୍ୟାନ୍, ଏଲିଜାବେଥ୍ ହେରେଲ୍, ଟିଫନି ୱାନଡେମାର୍କ ଏବଂ ଜ୍ୟାକଲିନ୍ ବିମ୍ସଙ୍କୁ ବିବାହ କରିଥିଲେ। କୁସ୍ତିଯୋଦ୍ଧା ଭାବେ ଫ୍ଲେୟର ଶେଷ ମ୍ୟାଚ୍ ୨୦୨୨ରେ ଖେଳିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe