ୟାଶିତା, ଶ୍ରେୟଶ, ନିଲସୁଙ୍କୁ କାଂସ୍ୟ, ରାଜ୍ୟଗୋଷ୍ଠୀ ଚେସ୍‌

Advertisment
ୟାଶିତା, ଶ୍ରେୟଶ, ନିଲସୁଙ୍କୁ କାଂସ୍ୟ, ରାଜ୍ୟଗୋଷ୍ଠୀ ଚେସ୍‌

ଭୁବନେଶ୍ବର: ନୂଆଦିଲ୍ଲୀରେ ଚାଲିଥିବା ରାଜ୍ୟଗୋଷ୍ଠୀ ଚେସ୍ ପ୍ରତିଯୋଗିତାରେ ଓଡ଼ିଆ ପିଲାଙ୍କ ଚମକ ଦେଖିବାକୁ ମିଳିଛି। ୟାଶିତା ରାଉତ, ଶ୍ରେୟସ ଶୁଭମ ପଟ୍ଟନାୟକ ଏବଂ ନିଲସୁ ପଟ୍ଟନାୟକ ନିଜ ନିଜ ବୟସ ବର୍ଗରେ କାଂସ୍ୟ ପଦକ ଜିତିବାରେ ସକ୍ଷମ ହୋଇଛନ୍ତି। ଜାତୀୟ ତଥା ଏସୀୟ ବିଦ୍ୟାଳୟ ପଦକ ବିଜୟିନୀ ୟାଶିତା ରାଉତ ୧୨ ବର୍ଷରୁ କମ୍ ବାଳିକା ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି। ଉଜବେକିସ୍ତାନର ତାସକେଣ୍ଟଠାର କିଛି ଦିନ ତଳେ ଅନୁଷ୍ଠିତ ଏସୀୟ ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାର ୧୧ ବର୍ଷରୁ କମ୍ ବର୍ଗରେ ଚତୁର୍ଥ ସ୍ଥାନରେ ରହି ଅଳ୍ପକେ ୟାଶିତା ପଦକରୁ ବଞ୍ଚିତ ହୋଇଛି। ସେହିଭଳି କଟକର ଶ୍ରେୟସ ୧୨ ବର୍ଷରୁ କମ୍ ଓପନ୍ ବର୍ଗରେ ଏବଂ ନିଲସୁ ୨୦ ବର୍ଷରୁ କମ୍‌ ଓପନ୍ ବର୍ଗରେ କାଂସ୍ୟ ପଦକ ଜିତିବାରେ ସକ୍ଷମ‌ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe