Advertisment

୬ମାସରେ ସଚିନର ପୁଅକୁ ବିଶ୍ବର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କରିଦେବି: ଯୋଗରାଜ ସିଂହ

Advertisment

ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବୟାନ ଯୋଗୁଁ ପୁଣି ଥରେ ଭାଇରାଲ ହୋଇଛି। ଏଥର ସେ ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ବିଷୟରେ ବୟାନ ଦେଇଛନ୍ତି।

ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବୟାନ ଯୋଗୁଁ ପୁଣି ଥରେ ଭାଇରାଲ ହୋଇଛି। ଏଥର ସେ ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ବିଷୟରେ ବୟାନ ଦେଇଛନ୍ତି।

tyograjjjj

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହଙ୍କ ବୟାନ ଯୋଗୁଁ ପୁଣି ଥରେ ଭାଇରାଲ ହୋଇଛି। ଏଥର ସେ ମାଷ୍ଟର ବ୍ଲାଷ୍ଟର ତଥା କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକରଙ୍କ ବିଷୟରେ ବୟାନ ଦେଇଛନ୍ତି। ଯୋଗରାଜ ସିଂହ ଦାବି କରିଛନ୍ତି ଯେ ଯଦି ଅର୍ଜୁନ ତାଙ୍କ ସହିତ ରହି ୬ମାସ ପାଇଁ ତାଲିମ ନିଅନ୍ତି, ତେବେ ସେ ତାଙ୍କୁ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କରିଦେବେ। ଯୋଗରାଜ ସିଂହଙ୍କ ଏହି ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ରାଜସ୍ଥାନ ରୟାଲ୍ସ ଏବଂ କିଙ୍ଗସ୍ ପଞ୍ଜାବର ପୂର୍ବତନ ଖେଳାଳି ତରୁବର କୋହଲିଙ୍କୁ ଏକ ସାକ୍ଷାତକାର ଦେଇ ଯୋଗରାଜ ସିଂହ କହିଛନ୍ତି ଯେ, "ଅର୍ଜୁନ ତେନ୍ଦୁଲକର ତାଙ୍କ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଯଦି ଅର୍ଜୁନ ଏବେ ମୋ ପାଖକୁ ଆସିବେ, ତେବେ ମୁଁ ତାଙ୍କୁ ଛଅ ମାସ ମଧ୍ୟରେ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ କରିଦେବି। ବ୍ୟାଟିଂରେ ତାଙ୍କର କେତେ ସମ୍ଭାବନା ଅଛି କେହି ଜାଣନ୍ତି ନାହିଁ। ସେ ମୋ ସହିତ ୧୨ଦିନ ଥିଲେ। ସେ ତାଙ୍କର ରଣଜୀ ଟ୍ରଫି ଡେବ୍ୟୁରେ ଶତକ ହାସଲ କରିଥିଲେ। କେହି ଏହା ଜାଣିପାରିଲେ କି? ଗୋଆର ଦଳ ଏଠାରେ ଥିଲା। ଅର୍ଜୁନଙ୍କୁ ମୋ ପାଖରେ ରଖିବାକୁ ସଚିନ ଏବଂ ଯୁବରାଜ ମୋତେ କହିଥିଲେ। ସେ ମୋ ସହିତ ୧୦-୧୨ ଦିନ ରହିଥିଲେ। ସେତେବେଳେ ମୁଁ ଦେଖିଲି, ସେ ଏତେ ଭଲ ବ୍ୟାଟସମ୍ୟାନ, ତାଙ୍କୁ ବୋଲିଂରେ କାହିଁକି ରଖାଯାଉଛି?' ତାଙ୍କୁ ବୋଲିଂ ଦେଇ କାହିଁକି ତାଙ୍କ ଭବିଷ୍ୟତ ନଷ୍ଟ କରାଯାଉଛି? ସେ ଜଣେ ଭଲ ବ୍ୟାଟିଂ ଅଲରାଉଣ୍ଡର ହୋଇ ପାରିବେ।"

yograj-singh | Cricket | arjun-tendulkar

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe