ଆର୍‌ସିବି ବୋଲରଙ୍କ ପାଇଁ ‘ୟର୍କର ଚାଲେଞ୍ଜ’

Advertisment
ଆର୍‌ସିବି ବୋଲରଙ୍କ ପାଇଁ ‘ୟର୍କର ଚାଲେଞ୍ଜ’

ନୂଆଦିଲ୍ଲୀ: ଆଉ କିଛିଦିନ ପରେ ଆରମ୍ଭ ହେବାକୁଥିବା ଆଇପିଏଲ୍‌ ପାଇଁ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ପକ୍ଷରୁ ଅଭ୍ୟାସକୁ ଜୋର୍‌ଦାର କରାଯାଇଛି। ଅଭ୍ୟାସ ବେଳର ଫଟୋଗୁଡ଼ିକୁ ମଧ୍ୟ ଆର୍‌ସିବି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଏଭଳି ସନ୍ଦେଶ ଦେଇଚାଲିଛି। ପୂର୍ବରୁ ଆଇପିଏଲ୍‌ରେ ଯେଉଁଭଳି ଦଳ ପ୍ରଦର୍ଶନ କରିଥିଲା ତାହାକୁ ଭୁଲି ଏବେ ପ୍ରଭାବଶାଳୀ ପ୍ରଶିକ୍ଷଣକୁ ଗୁରୁତ୍ବ ଦିଆଯାଇଛି। ଶନିବାର ଆର୍‌ସିବି ଖେଳାଳିଙ୍କୁ ଏକ ଭିନ୍ନଧରଣର ଅଭ୍ୟାସ କରାଯାଉଥିବା ଦେଖାଯାଇଥିଲା ବେଳେ ଏହାକୁ ‘ୟର୍କର ଚାଲେଞ୍ଜ’ ବୋଲି କୁହାଯାଉଛି।

ଦଳର ବୋଲିଂ ପ୍ରଶିକ୍ଷକ ଆଡାମ ଗ୍ରିଫିଥ ବୋଲରମାନଙ୍କ ସଠିକତାକୁ ମାର୍ଜିତ କରିବା ପାଇଁ ବ୍ୟାଟିଂ କ୍ରି‌ଜ୍‌ ପାଖରେ ଏକ ଭିନ୍ନ ପ୍ରକାରର ଷ୍ଟମ୍ପ୍‌ ରଖିଥିଲେ। ପ୍ରତ୍ୟେକ ଷ୍ଟମ୍ପ୍‌ରେ ଭିନ୍ନଭିନ୍ନ ପଏଣ୍ଟ ରଖାଯାଇଥିଲା। ବୋଲରମାନେ ୟର୍କର ପକାଇ ଉକ୍ତ ଷ୍ଟମ୍ପ୍‌ଗୁଡ଼ିକରେ ବଜାଇବାକୁ ଆଡାମ ନିର୍ଦ୍ଦେଶ ଦେଇଥିଲେ। ଏଭଳି ଆହ୍ବାନକୁ ବୋଲରମାନେ ଗ୍ରହଣ କରିବା ସହ ଉଭୟ ଦ୍ରୁତ ବୋଲର ଓ ସ୍ପିନରମାନେ ଚମତ୍କାର ୟର୍କର ପକାଇ ଷ୍ଟମ୍ପ୍‌ରେ ବଜାଇଥିଲେ। ଗୁରକ୍ରିତ ସିଂହ ମନ୍‌, ଇସୁରୁ ଉଦାନା, ନଭଦୀପ ସଇନି, ସ୍ପିନର ୟୁଜବେନ୍ଦ୍ର ଚହଲ, ଅଲରାଉଣ୍ଡର ଶିବମ ଦୁବେ, ଶାହାବାଜ ଅହମ୍ମଦ ସଠିକ୍ ‌ଭାବେ ୟର୍କର ପକାଇ ଷ୍ଟମ୍ପ୍‌ରେ ବଲ୍‌ ବଜାଇପାରିଥିଲେ। ଅନ୍ୟପକ୍ଷରେ ଶାହାବାଜ ତାଙ୍କର ବାମହାତୀ ସ୍ପିନ୍‌ରେ ଲଗାତର ତିନିଥର ଷ୍ଟମ୍ପ୍‌ରେ ବଲ୍‌ ବଜା‌ଇବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe