ବିଦେଶ ଲିଗ୍‌ରେ ଯୁବ ଖେଳାଳିଙ୍କୁ ଅଂଶଗ୍ରହଣ ସୁଯୋଗ ମିଳୁ: କୁମ୍ବଲେ

Advertisment
ବିଦେଶ ଲିଗ୍‌ରେ ଯୁବ ଖେଳାଳିଙ୍କୁ ଅଂଶଗ୍ରହଣ ସୁଯୋଗ ମିଳୁ: କୁମ୍ବଲେ

ନୂଆଦିଲ୍ଲୀ : ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‌ସେମିଫାଇନାଲ୍‌ରୁ ଭାରତର ବିଦାୟ ପରେ ପୂର୍ବତନ ଭାରତୀୟ ଅଧିନାୟକ ଅନିଲ କୁମ୍ବଲେ ଏକ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। ଅଷ୍ଟ୍ରେଲିଆର ବିଗ୍ ବାସ୍ ଲିଗ୍ (ବିବିଏଲ୍‌), ପାକିସ୍ତାନର ପିଏସ୍‌ଏଲ୍‌, ୱେଷ୍ଟଇଣ୍ଡିଜ୍‌ର ସିପିଏଲ୍‌ ଭଳି ବିଭିନ୍ନ ବିଦେଶୀ ଟ୍ବେଣ୍ଟି-୨୦ ଲିଗ୍‌ରେ ଅଂଶଗ୍ରହଣ କରିବାକୁ ଭାରତର ଯୁବ ଖେଳାଳିମାନଙ୍କୁ ସୁଯୋଗ ମିଳୁ ବୋଲି କୁମ୍ବଲେ କହିଛନ୍ତି। ଏହାଦ୍ବାରା ସେମାନଙ୍କୁ ଏକ୍ସପୋଜର୍‌ ଓ ଅଭିଜ୍ଞତା ମିଳିପାରିବ। ବିସିସିଆଇ ବିଦେଶ ଲିଗ୍‌ରେ ଖେଳିବାକୁ ସୁଯୋଗ ଦେଉନଥିବାରୁ କୁମ୍ବଲେ ଏଭଳି ପ୍ରସଙ୍ଗ ଉଠାଇଛନ୍ତି।

ଭାରତୀୟ କ୍ରିକେଟ୍ ପାଇଁ ପରିବର୍ତ୍ତନର ଆବଶ୍ୟକତା ରହିଛି‌ ବୋଲି ସେ କହିଛନ୍ତି। ୨୦୨୪ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନଜରରେ ରଖି ଏବେଠୁ ପ୍ରସ୍ତୁତି ହେବାର ଆବଶ୍ୟକତା ରହିଛି। କାରଣ ଅନେକ ଭାରତୀୟ ଖେଳାଳି ଏଥର ଅଷ୍ଟ୍ରେଲିଆରେ‌ ଖେଳିବାର ଅଭିଜ୍ଞତା ନଥାଇ ବିଶ୍ବକପ୍‌କୁ ଯାଇଥିଲେ। ଅନ୍ୟପକ୍ଷରେ ଜୋସ୍ ବଟଲର, ଆଲେକ୍ସ ହେଲ୍‌ସ, କ୍ରିସ୍‌ ଜୋର୍ଡାନ୍ ବିବିଏଲ୍‌ରେ ଖେଳିବାର ଅଭିଜ୍ଞତାକୁ ଉପଯୋଗ କରି ଭାରତକୁ ୧୦ ୱିକେଟ୍‌ରେ ହରାଇବାରେ ମୁଖ୍ୟ ୩ ଖେଳାଳି ଥିଲେ। ବିଶ୍ବକପ୍‌ ସମୟରେ ଆଡିଲେଡ୍‌ରେ ଗୋଟିଏ ବି ମ୍ୟାଚ୍‌ ନ ଖେଳି ସେମାନେ ଭାରତ ବିପକ୍ଷ ‌ସେମିଫାଇନାଲ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ସେହିଭଳି ଭାରତର ବ୍ୟାଟିଂ ମନୋଭାବ ଓ ବ୍ୟାଟିଂ କ୍ରମରେ ନମନୀୟତା ରହିବା ଆବଶ୍ୟକ ବୋଲି କୁମ୍ବଲେ କହିଥିଲେ। ଟ୍ବେଣ୍ଟି-୨୦ କ୍ରି‌କେଟ୍‌ରେ ବ୍ୟାଟିଂ କ୍ରମ ପୂର୍ବ ନିର୍ଧାରିତ ହେବାର କିଛି ଆବଶ୍ୟକତା ନାହିଁ। ଭାରତୀୟ ମ୍ୟାନେଜମେଣ୍ଟ୍ ଏବେ ଡ୍ରଇଂ ବୋର୍ଡରେ ତ୍ରୁଟି ସନ୍ଧାନ କରି ଭବିଷ୍ୟତ ଯୋଜନା କରୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe