ବିଶ୍ବକପ୍‌ରେ ଭାରତଠୁ ପାକିସ୍ତାନ ଜିତିନପାରିବାର କାରଣ କହିଲେ ୟୁନିସ

ବିଶ୍ବକପ୍‌ରେ ଭାରତଠୁ ପାକିସ୍ତାନ ଜିତିନପାରିବାର କାରଣ କହିଲେ ୟୁନିସ

Hindustan Times

କରାଚି: ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ତଥା ଦୁଇ ପଡ଼ୋଶୀ‌ ଦେଶ ଭାରତ-ପାକିସ୍ତାନ କ୍ରିକେଟ୍‌ ମୁକାବିଲାରେ ଉତ୍କଣ୍ଠା ଭରି ରହିଥାଏ। ବିଶ୍ବକପ୍‌ଠୁ ଆରମ୍ଭ କରି ବିଭିନ୍ନ ଆଇସିସି ପ୍ରତିଯୋଗିତାଗୁଡ଼ିକରେ ପାକିସ୍ତାନ ବିପକ୍ଷରେ ଭାରତର ସ୍ଥିତି ଆଗୁଆ ରହିଥାଏ। ପାକିସ୍ତାନ କ’ଣ ପାଇଁ ଭାରତକୁ ବିଶ୍ବକପ୍‌ରେ ପରାଜିତ କରିପାରୁନି ତାହାର ଖୁଲାସା କରିଛନ୍ତି ପୂବର୍ତନ ପାକିସ୍ତାନୀ ଅଧିନାୟକ ତଥା ଦ୍ରୁତ ବୋଲର ୱାକର ୟୁନିସ। ଆହତ ଯୋଗୁଁ ବିଶ୍ବକପ୍‌ (୧୯୯୨) ବିଜୟୀ ଦଳର ସଦସ୍ୟ ହେବାର ସୌଭାଗ୍ୟ ପାଇନଥିବା ୟୁନିସ ‌ଟ୍ବିଟର୍‌ରେ ପ୍ରଶଂସକଙ୍କ ସହ କଥା ହେ‌ଲା ଏହା ଉପରେ ନିଜ ମତ ରଖିଛନ୍ତି।

ଗତ କିଛି ବିଶ୍ବକପ୍‌ରେ ଭାରତ ବିପକ୍ଷରେ ପାକିସ୍ତାନ ଜିତିପାରିନି। ହେଲେ ଅନ୍ୟ ଫର୍ମାଟ୍‌ରେ ଆମେ ଭଲ କରିଛୁ। ଟେଷ୍ଟ୍‌ରେ ମଧ୍ୟ ଭାରତ ବିପକ୍ଷରେ ଆମ ପ୍ରଦର୍ଶନ ଭଲ। କିନ୍ତୁ ବିଶ୍ବକପ୍‌ ଓ ଏକଦିବସୀୟ କ୍ରିକେଟ୍‌‌ରେ ଭା‌ରତ ଆଗରେ ରହିଥାଏ। ଏଥିପାଇଁ ସେହି ଦଳ ମଧ୍ୟ ହକ୍‌ଦାର। ମୁଁ ଭାବୁଛି ସେମାନେ ଆମଠୁ ଭଲ କ୍ରିକେଟ୍‌ ଖେଳୁଛନ୍ତି ବୋଲି ୟୁନିସ କହିଛନ୍ତି। ମୋର ମନେପଡ଼ୁଛି ବେଙ୍ଗାଲୁରୁ ଏବଂ ୨୦୦୩ ପ୍ରି‌ଟାରିଆରେ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ କଥା। ସେହି ସମୟରେ ଭାରତୀୟ ଦଳ ସନ୍ତୁଳିତ ଥିଲା। ସକାରାତ୍ମକ ଭାବ‌ନା ଏବଂ ଚତୁରତା ସହ ଭଲ କ୍ରିକେଟ୍‌ ଖେଳୁଥିଲେ। ଆମ ହାତରେ ମ୍ୟାଚ୍‌ ଥିଲେ ମଧ୍ୟ ସେମାନଙ୍କ ଭଳି ପ୍ରଦର୍ଶନ କରିବାରେ ବିଫଳ ହେଉଥିଲୁ। ୨୦୧୧ ବିଶ୍ବକପ୍‌ ସହ ୧୯୯୬ ବିଶ୍ବକପ୍‌କୁ ଯଦି ଦେଖିବା ଏଥି‌ରେ ଆମ ପଲ୍ଲା ଭାରି ଥିଲା, ହେଲେ ମ୍ୟାଚ୍‌ ହାତଛଡ଼ା କରିଥିଲୁ। ‌ଏହାର କାରଣ ବିଶ୍ବକପ୍‌ ଚାପ ବୋଲି ଭାବୁଛି। ଆମର ମାନିସକ ଚାପ ରହୁଛି ଯେ ଭାରତ ବିପକ୍ଷରୁ ଜିତିପାରିବୁନି। ଏହା ହେଉଛି ମୁଖ୍ୟ କାରଣ ବୋଲି ୟୁନିସ କହିଛନ୍ତି। ୨୦୧୭ ଆଇସିସି ଚାମ୍ପିଅନ୍‌ସ ଟ୍ରଫିରେ ଭାରତ ବିରୋଧରେ ପାକିସ୍ତାନ ଜିତିଥିଲା। ଭାରତ ବିପକ୍ଷରେ ଏହା ଆଇସିସି ପ୍ରତିଯୋଗିତାରେ ପାକିସ୍ତାନର ବଡ଼ ବିଜୟ। ଚାମ୍ପିଅନ୍‌ସ ଟ୍ରଫିରେ ଭାରତକୁ ହରାଇଥିଲେ। ହେଲେ ଟି-୨୦ ବିଶ୍ବକପ୍‌ରେ ପରାସ୍ତ ହୋଇଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe