ଯୁବା ଏସିଆ କପ୍‌ ହକି: କୋରିଆ-୨, ଭାରତ-୨

ଯୁବା ଏସିଆ କପ୍‌ ହକି: କୋରିଆ-୨, ଭାରତ-୨

କାକାମିଗାହାରା (ଜାପାନ) : ଚଳିତ କନିଷ୍ଠ ମହିଳା (ଯୁବା) ଏସିଆ କପ୍‌ ହକି ପ୍ରତିଯୋଗିତାରେ ଲଗାତାର ଦୁଇ ବିଜୟ ପାଇଥିବା ଭାରତ ମଙ୍ଗଳବାର ଚମତ୍କାର ପ୍ରତ୍ୟାବର୍ତନ ସହିତ ଶକ୍ତିଶାଳୀ ‌ଦକ୍ଷିଣ କୋରିଆ ସହ ୨-୨ ଗୋଲ୍‌ରେ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଛି। ଫଳରେ ଭାରତ ୩ରୁ ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ ପାଇ ପୁଲ୍‌-ଏ’ ଟେବୁଲର ଶୀର୍ଷରେ ସ୍ଥିର ରହିଛି। ଦକ୍ଷିଣ କୋରିଆ (୭ ପଏଣ୍ଟ) ଗୋଲ୍‌ ବ୍ୟବଧାନରେ ପଛରେ ପଡ଼ି ଦ୍ବିତୀୟରେ ‌ରହିଛି। ଶେଷ ତଥା ଚତୁର୍ଥ ପୁଲ୍‌ ମ୍ୟାଚ୍‌ ଭାରତ ଗୁରୁବାର ଚାଇନିଜ୍‌ ତାଇପେଇ ବିପକ୍ଷରେ ଖେଳିବ।

ମଙ୍ଗଳବାର ମ୍ୟାଚ୍‌ର ୧୫ତମ ମିନିଟ୍‌ରେ ୟୁଜିନ୍‌ ଲିଙ୍କ ଗୋଲ୍‌ରେ ଦକ୍ଷିଣ କୋରିଆ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୩୦ତମ ମିନିଟ୍‌ରେ ଜ‌ିୟୋଁ ଚୋଇ ଗୋଲ୍‌ ଦେଇ ଦକ୍ଷିଣ କୋରିଆକୁ ପ୍ରଥମାର୍ଦ୍ଧରେ ୨-୦ରେ ରଖିଥିଲେ। ଏହା ପରେ ୪୩ତମ ମିନିଟ୍‌ରେ ଦୀପିକା ସୋରେଙ୍ଗଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ପ୍ରତ୍ୟାବର୍ତ୍ତନ କରିଥିଲା। ୫୪ତମ ମିନିଟ୍‌ରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଦୀପିକା ଗୋଲ୍‌ରେ ପରିଣତ କରି ସ୍ଥିତି ୨-୨ ସମାନ ସ୍ତରକୁ ଆଣିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe