ଯୁବା ଏସିଆ କପ୍‌ ହକି: ଫାଇନାଲ୍‌ ସହ ଭାରତକୁ ବିଶ୍ବକପ୍‌ ଯୋଗ୍ୟତା, ସୁନେଲିତାଙ୍କ ଗୋଲ୍‌ରେ ହାରିଲା ଜାପାନ

ଯୁବା ଏସିଆ କପ୍‌ ହକି: ଫାଇନାଲ୍‌ ସହ ଭାରତକୁ ବିଶ୍ବକପ୍‌ ଯୋଗ୍ୟତା, ସୁନେଲିତାଙ୍କ ଗୋଲ୍‌ରେ ହାରିଲା ଜାପାନ

କାକାମିଗାହାରା (ଜାପାନ) : ଚଳିତ ମହିଳା କନିଷ୍ଠ (ଯୁବା) ଏସିଆ କପ୍‌ର ଶନିବାର ସେମିଫାଇନାଲ୍‌ରେ ଓଡ଼ିଆ ଝିଅ ସୁନେଲିତା ଟୋପ୍ପୋଙ୍କ ଗୋଲ୍‌ ବଳରେ ଭାରତ ୧-୦ରେ ଜାପାନକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ଦ୍ବିତୀୟ ଥର ଲାଗି ଏହି ସମ୍ମାନଜନକ ପ୍ରତିଯୋଗିତାର ଫାଇନାଲ୍‌ରେ ପ୍ରବେଶ କରିଛି। ୨୦୧୨ରେ ଭାରତ ଶେଷ ଥର ଲାଗି ଏହି ପ୍ରତିଯୋଗିତାର ଫାଇନାଲ୍‌ ଖେଳିଥିଲା। ଫାଇନାଲ୍‌ରେ ପହଞ୍ଚି ଭାରତ ଚିଲିରେ ନଭେମ୍ବର ମାସରେ ଆୟୋଜିତ ଏଫ୍‌ଆଇଏଚ୍‌ ଯୁବା ହକି ବିଶ୍ବକପ୍‌ ଲାଗି ମଧ୍ୟ ଯୋଗ୍ୟତା ଅର୍ଜନ କରିଛି।

ଶନିବାର ମ୍ୟାଚ୍‌ର ପ୍ରଥମ କ୍ବାର୍ଟରରେ ଭାରତ ଘରୋଇ ଦଳକୁ ଚାପରେ ରଖିଥିଲା। ହେଲେ ଏହି କ୍ବାର୍ଟରରେ ଦଳକୁ ମିଳିଥିବା ଦୁଇଟି ପେନାଲ୍ଟି କର୍ଣ୍ଣରକୁ ଗୋଲ୍‌ରେ ପରିଣତ କରିପାରିନଥିଲା। ଫଳରେ ପ୍ରଥମ କ୍ବାର୍ଟର ଗୋଲ୍‌ଶୂନ୍ୟରେ ଶେଷ ହୋଇଥିଲା। ଦ୍ବିତୀୟ ଓ ତୃତୀୟ କ୍ବାର୍ଟରରେ ଉଭୟ ଦଳର ରକ୍ଷଣାତ୍ମକ ଖେଳ ଯୋଗୁଁ ମଧ୍ୟ ‌ଗୋଲ୍‌ ଦେଖିବାକୁ ମିଳିନଥିଲା। ହେଲେ ଚତୁର୍ଥ କ୍ବାର୍ଟର ଆରମ୍ଭରୁ ସୁନେଲିତା (୪୭ ମିନିଟ୍‌)ଙ୍କ ଫିଲ୍ଡ ଗୋଲ୍‌ରେ ଭାରତ ଅଗ୍ରଣୀ ‌ନେଇଥିଲା। ଜାପାନ ଏହି ଗୋଲ୍‌ ଶୁଝିବାକୁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ ମଧ୍ୟ ଭାରତର ରକ୍ଷଣଭାଗ ଭେଦ କରିବାରେ ବିଫଳ ହୋଇ ପରାଜୟ ବରଣ କରିବାକୁ ବାଧ୍ୟ ହୋଇଥିଲା। ଭାରତ ରବିବାର ଫାଇନାଲ୍‌ରେ ଦକ୍ଷିଣ କୋରିଆକୁ ଭେଟିବ। ସେମିଫାଇନାଲ୍‌ରେ ଦକ୍ଷିଣ କୋରିଆ ୨-୦ ଗୋଲ୍‌ରେ ଚୀନ୍‌କୁ ପରାସ୍ତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe