ଯୁବ ଆଇଲିଗ୍‌:ଓଡ଼ିଶାର ପ୍ରଥମ ବିଜୟ

Advertisment
ଅନ୍ତଃମହାଦେଶୀୟ କପ୍‌ ଫୁଟ୍‌ବଲ୍‌: ଭାରତ-କେନିଆ ଫାଇନାଲ୍‌

ଭୁବନେଶ୍ୱର: ମେଘାଳୟର ସିଲଂରେ ଚାଲିଥିବା ୧୮ ବର୍ଷରୁ କମ୍‌ ଯୁବ ଆଇ ଲିଗ୍‌ ପ୍ରତିଯୋଗିତାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଦଳ ମଙ୍ଗଳବାର ପ୍ରଥମ ବିଜୟ ପାଇଛି। ପୂର୍ବରୁ ୩ ପରାଜୟ ଏବଂ ଗୋଟିଏ ଅମୀମାଂସିତ ରଖିଥିବା ଓଡ଼ିଶା ରବିବାର ନିଜର ପଞ୍ଚମ ମ୍ୟାଚ୍‌ରେ ୪-୦ ଗୋଲ୍‌ରେ ଅନନ୍ତପୁର ଫୁଟ୍‌ବଲ୍‌ ଏକାଡେମିକୁ ହରାଇ ଥିଲା। ଦଳ ପକ୍ଷରୁ ଅରୁଣ ମିଞ୍ଜ୍‌ ୨, ଦିଲ୍ଲୀପ ଲାକ୍ରା ଏବଂ ମନ୍‌ଜିତ୍‌ କିଷନ୍‌ ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ସଂପ୍ରତି ଓଡ଼ିଶା ଅବଶିଷ୍ଟ ଭାରତ ଜୋନ୍‌ର ଗ୍ରୁପ୍‌-ଏ ଟେବୁଲ୍‌ରେ ଚତୁର୍ଥ ସ୍ଥାନରେ ରହିଛି। ଗତ ମ୍ୟାଚ୍‌ରେ ଓଡ଼ିଶା ୦-୨ ଗୋଲ୍‌ରେ ଆଇଜଲ୍‌ ଏଫ୍‌ସିଠୁ ହାରି ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe