ବିଦେଶୀ ଲିଗ୍‌ ଖେଳିବାକୁ ଅନୁମତି ମାଗିଲେ ଯୁବି

Advertisment
ଦଳୀୟ କର୍ତୃପକ୍ଷଙ୍କ ସମର୍ଥନ ମିଳିଥିଲେ ପୁଣି ବିଶ୍ବକପ୍‌ ‌ଖେଳିପାରିଥାନ୍ତି: ଯୁବି

ନୂଆଦିଲ୍ଲୀ: ନିକଟରେ ଅବସର ଘୋଷଣା କରିଥିବା ଯୁବରାଜ ସି˚ହ ବିଦେଶରେ ହେଉଥିବା ବିଭିନ୍ନ ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବା ପାଇଁ ବିସିସିଆଇଠୁ ଔପଚାରିକ ଭବେ ଅନୁମତି (ଏନ୍‌ଓସି) ମାଗିଛନ୍ତି। ଯେହେତୁ ସେ ଆନ୍ତର୍ଜାତିକ କ୍ରିକେଟ୍‌ ଓ ଆଇପିଏଲ୍‌ରୁ ଅବସର ନେଇସାରିଛନ୍ତି ତେଣୁ ତାଙ୍କୁ ଅନୁମତି ମିଳିବାରେ କୌଣସି ସମସ୍ୟା ନାହିଁ ବୋଲି ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ବର୍ତ୍ତମାନ ଖେଳୁଥିବା ସମସ୍ତ ଖେଳାଳିଙ୍କୁ ବିଦେଶରେ ହେଉଥିବା ଟ୍ବେଣ୍ଟି-୨୦ ପ୍ରତିଯୋଗିତାରେ ଖେଳିବା ପାଇଁ ବିସିସିଆଇ ବାରଣ କରିଛି। ତେଣୁ ଯୁବରାଜ ଏସବୁ ପ୍ରତିଯୋଗିତାରେ ଖେଳିବାକୁ ଆଗ୍ରହ ରଖୁଥିବାରୁ ଅବସର ନେଇଥିବା କହିଥିଲେ। ବୀରେନ୍ଦ୍ର ସେହବାଗ ଓ ଜାହିର ଖାନ୍‌ ଅବସର ନେବା ପରେ ୟୁଏଇରେ ହୋଇଥିବା ଟି-୧୦ ପ୍ରତିଯୋଗିତାରେ ଖେଳିବା ପାଇଁ ସୁଯୋଗ ପାଇଥିଲେ। ଗତ ମାସରେ ଇର୍ଫାନ ପଠାନ୍‌ ପ୍ରଥମ ଭାରତୀୟ ଖେଳାଳି ଭାବେ କାରବୀୟ ପ୍ରିମିୟର ଲିଗ୍‌ରେ ଖେଳିଥିଲେ। ବର୍ତ୍ତମାନ ସେ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳୁଥିଲେ ବି ଏହି ଲିଗ୍‌ରେ ଖେଳିବା ପୂର୍ବରୁ ବିସିସିଆଇର ଅନୁମତି ନେଇ ନଥିଲେ। ଏପରିକି ଦୁଇବର୍ଷ ତଳେ ହଂକଂ ଟ୍ବେଣ୍ଟି-୨୦ ଲିଗ୍‌ରେ ୟୁସୁଫ ପଠାନ ଖେଳିବାକୁ ଯାଇଥିବାରୁ ବିସିସିଆଇ ତାଙ୍କର ଅନୁମତି ପ୍ରତ୍ୟାହାର କରିନେଇଥିଲା। ଯୁବରାଜ ମଧ୍ୟ ବିଦେଶରେ ହେଉଥିବା ଟ୍ବେଣ୍ଟି-୨୦ ଲିଗ୍‌ରେ ଖେଳିବା ପାଇଁ ଆଗ୍ରହ ଦେଖାଇଛନ୍ତି। ଏହି ବୟସରେ ନିଜ ଜୀବନକୁ ଉପଭୋଗ କରିବାକୁ ଚାହୁଁଥିବାରୁ ତାଙ୍କୁ ଏହି ସୁଯୋଗ ଦିଆଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe