ଯୁବି, ବୀରୁଙ୍କ ପରି ପନ୍ତ ପ୍ରାଧାନ୍ୟ ବିସ୍ତାର କରିପାରିବେ: ରାଇନା

Advertisment
ସୁସ୍ଥ ହେଉଥିବା ସୂଚନା ଦେଲେ ପନ୍ତ

News18 Hindi

ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟ୍‌ରକ୍ଷକ ବ୍ୟାଟ୍ସମ୍ୟାନ୍‌ ଋଷବ ପନ୍ତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା। ଭାରତୀୟ ସ୍ପିନର୍‌ ୟୁଜବେନ୍ଦ୍ର ଚହଲଙ୍କ ସହ ଏକ ଲାଇଭ ଭିଡିଓ ସେସନରେ ସେ କହିଛନ୍ତି ଯେ ବୀରେନ୍ଦ୍ର ସେହବାଗ (ବୀରୁ) ଓ ଯୁବରାଜ ସିଂହ (ଯୁବି)ଙ୍କ ପରି ଋଷବ ପନ୍ତ ପ୍ରାଧାନ୍ୟ ବିସ୍ତାର କରିପାରିବେ। ପନ୍ତଙ୍କ ପାଖରେ ଜଣେ ଶ୍ରେଷ୍ଠ କ୍ରିକେଟର୍‌ ହେବା ଲାଗି ସବୁ ପ୍ରକାର ପ୍ରତିଭା ଭରି ରହିଛି। ସେ ଜଣେ ଶ୍ରେଷ୍ଠ କ୍ରିକେଟର୍‌, ଯେତେବେଳେ ସେ ଭଲ ଖେଳିଲେ ସମସ୍ତେ ଖୁସି ହୁଅନ୍ତି। ଯୁବି ଓ ବୀରୁଙ୍କୁ ମନେପକାନ୍ତି। କାରଣ ସେ ସେମାନଙ୍କ ପରି ପ୍ରାଧାନ୍ୟ ବିସ୍ତାର କରନ୍ତି। ଯେତେବେଳେ ସେ ଫ୍ଲିକ୍ ଖେଳନ୍ତି, ସେତେବେଳେ ରାହୁଲ ଦ୍ରାବିଡଙ୍କୁ ମଧ୍ୟ ମନେ ପକାଇଥାଏ ବୋଲି ରାଇନା କହିଛନ୍ତି। ରାଇନାଙ୍କ ଭଳି ଭାରତୀୟ ଟେଷ୍ଟ୍‌ ଦଳର ଉପଅଧିନାୟକ ରୋହିତ ଶର୍ମା ମଧ୍ୟ ପନ୍ତଙ୍କୁ ସମର୍ଥନ ଦେଇଛନ୍ତି। ମୁଁ ପନ୍ତଙ୍କ ବିଷୟରେ ଅଧିକ କହିବାକୁ ଚାହେଁ। ସେ ୨୦-୨୧ ବର୍ଷ ବୟସରେ ବହୁ ଯାଞ୍ଚର ସମ୍ମୁଖୀନ ହେଉଛନ୍ତି। ଯାହା ତାଙ୍କୁ ମାତ୍ରାଧିକ ଚାପ ଦେଉଛି। ତାଙ୍କୁ ନେଇ ଗଣମାଧ୍ୟମ ବହୁତ କିଛି ଲେଖୁଛି। କିନ୍ତୁ ପନ୍ତଙ୍କ ବିଷୟରେ ଲେଖିବା ପୂର୍ବରୁ ଗଣମାଧ୍ୟମ ସମ୍ବେଦନଶୀଳ ହେବା ସହ ଚିନ୍ତା କରିବା ଆବଶ୍ୟକ। କାରଣ ଜଣେ ଖେଳାଳି ପାଇଁ ଏହା ବହୁତ ବଡ଼ ଭୂମିକା ଗ୍ରହଣ କରିଥାଏ ବୋଲି ରୋହିତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe