ଗ୍ୟାରିଙ୍କୁ ଯୁବିଙ୍କ ଜନ୍ମଦିନ ଶୁଭେଚ୍ଛା

ଗ୍ୟାରିଙ୍କୁ ଯୁବିଙ୍କ ଜନ୍ମଦିନ ଶୁଭେଚ୍ଛା

NDTV Sports

ନୂଆଦିଲ୍ଲୀ: ଭାରତକୁ ଦୀର୍ଘ ୨୮ ବର୍ଷ ପରେ ବିଶ୍ବବିଜେତା କରାଇଥିବା ଦକ୍ଷିଣ ଆଫ୍ରିକୀୟ ପ୍ରଶିକ୍ଷକ ଗ୍ୟାରି କର୍ଷ୍ଟେନଙ୍କୁ ସୋମବାରଠାରୁ ୫୩ ପୂର୍ଣ୍ଣ ହୋଇ ୫୪ ବର୍ଷ ଚାଲିଛି। ଏହି ପୂର୍ବତନ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଥିବା ବ‌େଳେ ଭାରତୀୟ ଅଲରାଉଣ୍ଡର୍‌ ଯୁବରାଜ ସିଂହ ସବୁଠୁ ଆଗରେ ଥିଲେ। ୨୦୧୧ ବିଶ୍ବକପ୍‌ରେ ଯୁବରାଜ ନିଜ ଅଲ୍‌ରାଉଣ୍ଡ୍ ପ୍ରଦର୍ଶନ (୩୬୨ ରନ୍‌ ଏବଂ ୧୫ ୱିକେଟ୍) ବଳରେ ଭାରତ ବିଶ୍ବ ବିଜେତା ହୋଇଥିଲା। ଯୁବରାଜ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ‘ଜନ୍ମଦିନର ଶୁଭେଚ୍ଛା @ ଗ୍ୟାରି କର୍ଷ୍ଟେନ, ଯାହାଙ୍କ ଅଧିନରେ ଖେଳିଥିବା ଶ୍ରେଷ୍ଠ ପ୍ରଶିକ୍ଷକ। ଦୃଢ଼ ଦଳ ଗଢ଼ିବା ଏବଂ ପ୍ରତି ଖେଳାଳିଙ୍କଠାରୁ ଶ୍ରେଷ୍ଠ ବାହାର କରିବା ତାଙ୍କୁ ଜଣାଥିଲା। ଭଲ ଓ ସୁସ୍ଥ ଥିବେ ଆଶା, ଆସନ୍ତା ବର୍ଷ ଭଲ ବିତୁ’ ବୋଲି ଯୁବରାଜ ଟ୍ବିଟ୍‌ କରିଛନ୍ତି। ବିଶ୍ବକପ୍‌ ବିଜୟୀ ଦଳର ଅନ୍ୟ ସଦସ୍ୟମାନେ ମଧ୍ୟ କର୍ଷ୍ଟେନଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏହି ବାମହାତୀ ବ୍ୟାଟସମ୍ୟାନ୍‌ ୧୦୧‌ ଟେଷ୍ଟ୍‌ରୁ ୭,୨୮୯ ରନ୍‌ ଏବଂ ୧୮୫ ଦିନିକିଆରୁ ୬,୭୯୮ ରନ୍‌ ସଂଗ୍ରହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe