ଯୁବି, ପଠାନ ଭାଇଙ୍କ ଚମକ: ଇଣ୍ଡିଆ ଲିଜେଣ୍ଡ୍‌ସ ବିଜେତା

Advertisment
ଯୁବି, ପଠାନ ଭାଇଙ୍କ ଚମକ: ଇଣ୍ଡିଆ ଲିଜେଣ୍ଡ୍‌ସ ବିଜେତା

ରାୟପୁର: ସ୍ଥାନୀୟ ସହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ ଲିଜେଣ୍ଡ୍‌ସ କ୍ରିକେଟ୍‌ର ଫାଇନାଲ୍‌ରେ ରବିବାର ଶ୍ରୀଲଙ୍କାକୁ ୧୪ ରନ୍‌ରେ ହରାଇ ଭାରତ ବିଜେତା ହୋଇଛି। ଶ୍ରୀଲଙ୍କା ସମ୍ମୁଖରେ ଭାରତ ୧୮୨ ରନ୍‌ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ତିଲକରତ୍ନେ ଦିଲସାନଙ୍କ ଶ୍ରୀଲଙ୍କା ଦଳ ୧୬୭/୫ରେ ସୀମିତ ରହିଯାଇଥିଲା। ପଠାନ୍‌ ଭ୍ରାତା ୟୁସୁଫ୍ (୨/୨୬) ଓ ଇର୍ଫାନ୍ (୨/୨୯) ମିଳିତ ଭାବେ ୪ ୱିକେଟ୍ ନେଇଥିବାବେଳେ ମନପ୍ରୀତ୍ ଗୋନି (୪-୦-୨୪-୧) ନିର୍ଣ୍ଣାୟକ ବୋଲିଂ କରିଥିଲେ।

ମୁନାଫ ପଟେଲ୍‌ ମଧ୍ୟ ଗୋଟିଏ ୱିକେଟ୍ ନେଇଥିଲେ। ସନଥ ଜୟସୁରିଆ (୪୩, ୩୫ ବଲ୍‌), ଚିନ୍ତକ ଜୟସିଂଘେ (୪୦, ୩୦ ବଲ୍‌) ଏବଂ କୌଶଲ୍ୟ ବୀରରତ୍ନେ (୩୮, ୧୫ ବଲ୍) ଭଲ ଲଢ଼ିଥିଲେ ମଧ୍ୟ ଦଳକୁ ଜିତାଇପାରିନଥିଲେ। ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୪ ୱିକେଟ୍ ହରାଇ ୧୮୧ ରନ୍‌ କରିଥିଲା। ବୀରେନ୍ଦ୍ର ସେହବାଗ (୧୦), ଅଧିନାୟକ ସଚିନ ତେନ୍ଦୁଲକର (୩୦) ସଅଳ ଆଉଟ୍‌‌ ହୋଇଯିବା ପରେ ଯୁବରାଜ ସିଂହ (୬୦, ୪୧ ବଲ୍‌, ୪ ଚୌକା, ୪ ଛକା) ଏବଂ ୟୁସୁଫ୍ ପଠାନ୍ (୬୨*, ୩୬ ବଲ୍‌, ୪‌‌ ଚୌକା, ୫ ଛକା) ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe