ଜୀବନୀ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କୁ ଚାହାନ୍ତି ଯୁବି

Advertisment
ଜୀବନୀ ଚଳଚ୍ଚିତ୍ରରେ ସିଦ୍ଧାନ୍ତଙ୍କୁ ଚାହାନ୍ତି ଯୁବି

Times of India

ପାତିଆଲା: ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଲରାଉଣ୍ଡର୍‌ ଯୁବରାଜ ସିଂହଙ୍କ ଜୀବନୀ ଉପରେ ଖୁବ୍ ଶୀଘ୍ର ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଆଉ ଏହି ଚଳଚ୍ଚିତ୍ରରେ କିଏ ତାଙ୍କ ଭୂମିକାକୁ ଭଲରେ ତୁଲାଇ ପାରିବେ ବୋଲି ପ୍ରଶ୍ନ ହେବାରୁ ଯୁବି କହିଛନ୍ତି ‘ମୁଁ ଭାବୁଛି ସିଦ୍ଧାନ୍ତ ଚତୁଃର୍ବେଦୀ’। ଏପରିକି ସେ ନିଜେ ଏଥିରେ ଅଭିନୟ କରିବା କଥା ବି ଚିନ୍ତା କରିବେ ବୋଲି ପ୍ରକାଶ କରିଛନ୍ତି ଯୁବି। ସମ୍ଭବତଃ ନିଜେ ଅଭିନୟ କଲେ, ଏହା ଟିକେ ନିରାଶ ହୋଇପାରେ (ହସିକରି) କି ? ବୋଲି ୨୦୧୧ ବିଶ୍ବକପ୍‌ର ଏହି ଶ୍ରେଷ୍ଠ ଖେଳାଳି ପ୍ରଶ୍ନ କରିଥିଲେ। ତଥାପି ଏହା ନିର୍ଦେଶକଙ୍କ କାମ, ଯଦି ଏହା ବଲିଉଡ୍‌ ଚଳଚ୍ଚିତ୍ର ନିର୍ମାଣ ହେବ ତେବେ ସମ୍ଭବତଃ ସିଦ୍ଧାନ୍ତ ଚତୁଃର୍ବେଦୀ ଭଲ ବିକଳ୍ପ ହେବେ।‌ ମୁଁ ତାଙ୍କୁ ଚଳଚ୍ଚିତ୍ରରେ ଦେଖିବାକୁ ଭଲ ପାଏ ବୋଲି ଯୁବି ପ୍ରକାଶ କରିଥିଲେ।

୨୦୧୯ ମସିହାରେ କ୍ରିକେଟ୍‌ରୁ ଅବସର‌‌ ନେଇଥିବା ଯୁବରାଜ ବିଶ୍ବବ୍ୟାପୀ ଟି-୨୦ ପ୍ରତିଯୋଗିତା‌ ଖେଳୁଛନ୍ତି। କାନାଡ଼ାରେ ଗ୍ଳୋବାଲ୍‌ ଟି-୨୦ ଏବଂ ଆବୁଧାବି ଟି-୧୦ ଲିଗ୍‌ରେ ବି ଖେଳିଛନ୍ତି। ନିକଟରେ ମୁମ୍ବାଇରେ ଅନୁଷ୍ଠିତ ସଡ଼କ ସୁରକ୍ଷା ବିଶ୍ବ ସିରିଜ୍‌ କ୍ରିକେଟ୍‌ରେ ଇଣ୍ଡିଆ ଲିଜେଣ୍ଡ୍‌ସ ପକ୍ଷରୁ ଖେଳିଥିଲେ। କରୋନା ଭୂତାଣୁ କାରଣରୁ ଏହି ପ୍ରତିଯୋଗିତା ମଧ୍ୟ ଅଧାରୁ ଅଟକିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe