ବାପା ହେଲେ ଯୁବରାଜ

ବାପା ହେଲେ ଯୁବରାଜ

Hindustan News Hub -

ଚଣ୍ଡିଗଡ଼: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ବିଶ୍ବକପ୍ ବିଜୟୀ ଅଲରାଉଣ୍ଡର ଯୁବରାଜ ସିଂହ ଏବଂ ତାଙ୍କ ବ୍ରିଟିଶ୍ ଅଭିନେତ୍ରୀ ପତ୍ନୀ ହାଜେଲ କିଚ୍ ପୁତ୍ର ସନ୍ତାନର ସୌଭାଗ୍ୟ ପାଇଛନ୍ତି। ଯୁବରାଜ ଟ୍ବିଟ୍ କରି ଏହି ଶୁଭଖବର ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ଜଣାଇଛନ୍ତି। ଯୁବରାଜ ଏବଂ ହାଜେଲ ମିଳିତ ଭାବେ ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ ଲେଖିଥିଲେ ଯେ ଗତ ମଙ୍ଗଳବାର ଆମର ପୁଅଟିଏ ହୋଇଛି। ଏକଥା ପ୍ରଶଂସକ, ପରିବାର ଏବଂ ବନ୍ଧୁବର୍ଗଙ୍କ ସହ ବାଣ୍ଟି ଆମେ ଅତ୍ୟନ୍ତ ଆନନ୍ଦିତ। ଏଥିଲାଗି ଆମେ ଭଗବାନଙ୍କୁ କୃତଜ୍ଞତା ଜଣାଉଛୁ। କୁନି ପୁଅକୁ ସ୍ବାଗତ କରିବା ସହ ଆମ ବ୍ୟକ୍ତିଗତ ଜୀବନକୁ ସମ୍ମାନ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରୁଛୁ। ସମସ୍ତଙ୍କୁ ଅଜସ୍ର ସ୍ନେହ ଓ ଶ୍ରଦ୍ଧା। ସୂଚନାଯୋଗ୍ୟ ଯେ ଯୁବରାଜ ଏବଂ ହା‌ଜେଲ ୨୦୧୬ ମସିହାରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe