ଭଲ ନାହିଁ ଯୋଗରାଜଙ୍କ ମାନସିକ ଅବସ୍ଥା, ସ୍ପଷ୍ଟ କଲେ ଯୁବରାଜ

Advertisment

ଧୋନିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଷ୍ଟାର କ୍ରିକେଟର କପିଲ ଦେବଙ୍କୁ ଟାର୍ଗେଟ କରିଛନ୍ତି। ଏବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ସାମ୍ନାକୁ ଆସିଛି।

ଧୋନିଙ୍କ ପରେ ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ପିତା ଯୋଗରାଜ ସିଂ ଷ୍ଟାର କ୍ରିକେଟର କପିଲ ଦେବଙ୍କୁ ଟାର୍ଗେଟ କରିଛନ୍ତି। ଏବେ ତାଙ୍କ ମାନସିକ ଅବସ୍ଥା ଭଲ ନଥିବା ସାମ୍ନାକୁ ଆସିଛି।

yuvraj

ନୂଆଦିଲ୍ଲୀ: ଭାରତର ପୂର୍ବତନ କ୍ରିକେଟର ଯୁବରାଜ ସିଂଙ୍କ ପିତା ପୁଣି ଥରେ ବିବାଦରେ ଅଛନ୍ତି। ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି ଓ କପିଲ ଦେବଙ୍କ ବିଷୟରେ ବିବାଦୀୟ ବିବୃତି ଦେଇ ଚର୍ଚ୍ଚାକୁ ଆସିଥିବା ଯୋଗରାଜଙ୍କୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି। ଉଭୟ ଧୋନି ଓ କପିଲ ଦେବଙ୍କ ପ୍ରଶଂସକ ତାଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଏମଧ୍ୟରେ ଯୁବରାଜ ସିଂହ ଏକ ପୁରୁଣା ଭିଡିଓ ଭାଇରାଲ ହେଉଛି। ଗତ ବର୍ଷ ନଭେମ୍ବରରେ ଏକ ସାକ୍ଷାତକାରରେ ସେ ନିଜ ବାପାଙ୍କୁ ନେଇ ଦେଇଥିବା ବୟାନ ଏବେ ଭାଇରାଲ ହେବାରେ ଲାଗିଛି।

ସେ କହିଥିଲେ ଯେ, "ମୁଁ ଅନୁଭବ କରୁଛି ମୋ ବାପାଙ୍କର ମାନସିକ ସମସ୍ୟା ଅଛି। ହେଲେ ସେ ଏହାକୁ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ। ଏହି ସମସ୍ୟାର ସମାଧାନ ସେ କରିବା ଆବଶ୍ୟକ, କିନ୍ତୁ ସେ ଏହାକୁ ଗ୍ରହଣ କରୁ ନାହାନ୍ତି।" 

ଉଲ୍ଲେଖଯୋଗ୍ୟ, ପ୍ରଥମେ ଧୋନିଙ୍କୁ ଟା‌ର୍ଗେଟ କରି ସେ କହିଥିଲେ, "ମୁଁ ଏମଏସ ଧୋନିଙ୍କୁ କ୍ଷମା କରିବି ନାହିଁ। ସେ ଦର୍ପଣରେ ତାଙ୍କ ମୁହଁକୁ ଦେଖିବା ଉଚିତ୍ । ସେ ଜଣେ ବହୁତ ବଡ କ୍ରିକେଟର, କିନ୍ତୁ ମୋ ପୁଅ ବିରୋଧରେ ସେ ଯାହା କରିଛନ୍ତି, ତାହା ବର୍ତ୍ତମାନ ବାହାରକୁ ଆସୁଛି । ଏହାକୁ ଜୀବନରେ କେବେ କ୍ଷମା କରାଯାଇପାରିବ ନାହିଁ। ମୁଁ ଜୀବନରେ କେବେବି ଦୁଇଟି ଜିନିଷ କରିନାହିଁ - ପ୍ରଥମ, ମୁଁ କାହାକୁ କ୍ଷମା କରି ନାହିଁ, ଯିଏ ମୋ ସହିତ ଭୁଲ କରିଛନ୍ତି ଏବଂ ଦ୍ୱିତୀୟରେ ମୁଁ ମୋ ଜୀବନରେ କେବେବି ସେମାନଙ୍କୁ ଆଲିଙ୍ଗନ କରି ନାହିଁ, ସେ ମୋ ପରିବାର ସଦସ୍ୟ ହୁଅନ୍ତୁ କି ମୋର ପିଲାମାନେ ।"

କପିଲ ଦେବଙ୍କୁ ନେଇ ସେ କହିଥିଲେ, "ଆମ ସମୟର ସର୍ବଶ୍ରେଷ୍ଠ ଅଧିନାୟକ କପିଲ ଦେବ ... ମୁଁ ତାଙ୍କୁ କହିଥିଲି, ମୁଁ ଆପଣଙ୍କୁ ଏପରି ପରିସ୍ଥିତିରେ ଛାଡିଦେବି ଯେ ବିଶ୍ବ ଆପଣଙ୍କ ଉପରେ ଛେପ ପକାଇବ। ଆଜି, ଯୁବରାଜ ସିଂଙ୍କ ପାଖରେ ୧୩ଟି ଟ୍ରଫି ଅଛି, ଏବଂ ତାଙ୍କ ପାଖରେ କେବଳ ଗୋଟିଏ। ବାସ୍ ଏଇଠି କଥା ଶେଷ।"

ଏ ଖବର ପଢ଼ନ୍ତୁ-https://sambad.in/entertainment/shilpa-shinde-ready-to-marry-karanveer-mehra-become-3rd-wife-of-actor-in-khatron-ke-khiladi-6948432

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe