ଚାକିରି ଅଭିଯାନରେ ୟୁବି! ସନ୍ତୋଷଜନକ ଦରମା ନ ମିଳିବା ହେତୁ ଛାଡୁଛନ୍ତି ଅଫର୍‌ ପରେ ଅଫର୍‌

Advertisment
ଚାକିରି ଅଭିଯାନରେ ୟୁବି! ସନ୍ତୋଷଜନକ ଦରମା ନ ମିଳିବା ହେତୁ ଛାଡୁଛନ୍ତି ଅଫର୍‌ ପରେ ଅଫର୍‌

Box Office India

ନୂଆଦିଲ୍ଲୀ: ଭାରତର ୨୦୦୭, ଟି-୨୦ ବିଶ୍ୱକପ ଏବଂ ୨୦୧୧ କ୍ରିକେଟ୍‌ ବିଶ୍ୱକପ ବିଜୟରେ ହିରୋ ସାଜିଥିବା ଯୁବରାଜ ସିଂହ କ୍ରିକେଟ ଜଗତରୁ ସନ୍ୟାସ ନେବା ପରେ ଏବେ ଚାକିରି ଖୋଜୁଛନ୍ତି। ଯୁବରାଜ ସିଂ ଏବେ ନିଜ ସିଭି ଧରି ଚାକିରି ସନ୍ଧାନରେ ବାହାରି ପଡିଛନ୍ତି। ଆଉ ଇଂଟରଭିୟୁ ମଧ୍ୟ ଦେଉଛନ୍ତି। ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି।

ପ୍ରକୃତ ଘଟଣାଟି ହେଲା, ପୂର୍ବତନ ଭାରତୀୟ କ୍ରିକେଟର ତଥା ଯୁବରାଜ ସିଂ ହଟଷ୍ଟାର ସ୍ପେସାଲରେ ଆସୁଥିବା ୱେବସିରିଜ ‘ଦ ଅଫିସ ଇଣ୍ଡିଆ’ରେ ଏବେ ଅଭିନୟ କରୁଥିବାର ନଜର ଆସୁଛନ୍ତି। ଯେଉଁଥିରେ ସେ ଚଡ୍ଡାଜୀଙ୍କ ଅଫିସରେ ଚାକିରି ପାଇଁ ଯାଇଛନ୍ତି ଆଉ ଇଂଟରଭିୟୁ ମଧ୍ୟ ଦେଉଛନ୍ତି। ଏହି ୱେବସିରିଜରେ ଯୁବରାଜ ସିଂ ଏବଂ ଚଡ୍ଡାଜୀ ଙ୍କ ମଧ୍ୟରେ ବେଶ୍‌ କିଛି ସମୟ ବାର୍ତ୍ତାଳାପ ହୁଏ। ଯାହାକି ବହୁତ ରୋଚକ ଅଟେ। ଯଦିଓ ପରବର୍ତ୍ତୀ ସମୟରେ ଯୁବରାଜଙ୍କୁ ଚଡ୍ଡାଜୀ ପସନ୍ଦ ଆସନ୍ତି ନାହିଁ ଏବଂ ଯୁବରାଜ ତାଙ୍କ ପାଖରେ କାମ କରିବାକୁ ରୋକ୍‌ ଠୋକ୍‌ ମନା କରିଦିଅନ୍ତି।

ତେବେ ଏହି ଇଂଟରଭିୟୁରେ ଚଡ୍ଡାଜୀ ଯୁବରାଙ୍କୁ ପ୍ରଶ୍ନ କରନ୍ତି କି, ଆପଣ ଏଯାବତ୍‌ କଣ କଣ ସବୁ ବିକ୍ରି କରିଛନ୍ତି ଆଉ ଚଡ୍ଡାଜୀଙ୍କର ଏହି ପ୍ରଶ୍ନର ଉତ୍ତର ମଧ୍ୟ ୟୁଭି ବେଶ୍‌ କୌତୁହଲ ଢଙ୍ଗରେ ଦେଇଛନ୍ତି। ସେ କୁହନ୍ତି କି, ମୁଁ ଏଯାବତ୍‌ ଗାଡି, ଚକୋଲେଟ, ଟୁଥପେଷ୍ଟ, ଫ୍ରିଜ, ଏପରିକି ଇନସ୍ୟୁରାନ୍‌ସ ମଧ୍ୟ ବିକି ସାରିଛି। ତେବେ ଯୁବରାଜଙ୍କଠାରୁ ଏଭଳି ଉତ୍ତର ପାଇଁ କଣ ରହିଥିଲା ଚଡ୍ଡାଜୀଙ୍କ ରିଆକ୍ସନ ଦେଖନ୍ତୁ ଏହି ଭିଡିଓରେ -

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe