ଏହି ଭାରତୀୟ କ୍ରିକେଟରଙ୍କୁ ବିଶ୍ୱ କ୍ରିକେଟର ମହାନ ଅଧିନାୟକ କହିଲେ ଯୁବରାଜ

ବିଶ୍ୱ କ୍ରିକେଟରେ ଅନେକ ବଡ଼ ବଡ଼ କ୍ରିକେଟର ଅଛନ୍ତି। କିନ୍ତୁ ଭାରତର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂହ ନିଜ ପସନ୍ଦର କ୍ରିକେଟରଙ୍କୁ ବାଛିଛନ୍ତି, ଯାହାଙ୍କୁ ସେ ମହାନ ଅଧିନାୟକ ବୋଲି କହିଛନ୍ତି।

rter

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ନିଜ ପସନ୍ଦର କ୍ରିକେଟରଙ୍କୁ ବାଛିଛନ୍ତି, ଯାହାଙ୍କୁ ସେ ମହାନ ଅଧିନାୟକ ବୋଲି କହିଛନ୍ତି। ବିଶ୍ବରେ ଥିବା ଅନେକ ବଡ଼ ବଡ଼ କ୍ରିକେଟରଙ୍କୁ ଛାଡ଼ି ସେ ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କୁ 'ମହାନ ଅଧିନାୟକ' ବୋଲି କହିଛନ୍ତି।

ଯୁବରାଜଙ୍କ କହିବା ମୁତାବକ, "ରୋହିତଙ୍କର ନେତୃତ୍ୱ, ଦକ୍ଷତା ଏବଂ ଦଳକୁ ସେ ଯେଉଁଭଳି ଭାବେ ବୁଝନ୍ତି ତାହା ଭାରତୀୟ କ୍ରିକେଟ୍ ପାଇଁ ବହୁତ ସ୍ୱତନ୍ତ୍ର। ରୋହିତ ଜଣେ ଚମତ୍କାର ଅଧିନାୟକ। ପଡ଼ିଆରେ ତାଙ୍କର ରଣନୈତିକ ଚିନ୍ତାଧାରା ଏବଂ ନିଷ୍ପତ୍ତି ନେବାର କ୍ଷମତା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ। ସେ ଖେଳାଳିମାନଙ୍କୁ ମୁକ୍ତ ଭାବରେ ଖେଳିବାର ସୁଯୋଗ ଦିଅନ୍ତି ଏବଂ କ୍ରିକେଟରଙ୍କ ଦକ୍ଷତାକୁ ସଠିକ୍ ଭାବରେ ବ୍ୟବହାର କରନ୍ତି।"

ସେ ଆହୁରି କହିଛନ୍ତି, "ରୋହିତ ଶର୍ମା ତାଙ୍କର ଶାନ୍ତ ସ୍ୱଭାବ ଏବଂ ମ୍ୟାଚ୍ ପରିସ୍ଥିତିକୁ ବୁଝିବାର କ୍ଷମତା ବଳରେ ଭାରତୀୟ ଦଳକୁ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଜିତାଇଛନ୍ତି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତ ଅନେକ ବଡ଼ ବଡ଼ ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ପାଞ୍ଚ ଥର ଆଇପିଏଲ ଜିତିବା ପ୍ରମାଣ କରେ ଯେ ରୋହିତ ଜଣେ ମହାନ ରଣନୀତିକାର ଏବଂ ଖେଳାଳି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe