ଭାରତୀୟ ଦଳର ଅଧିନାୟକ ହେବାକୁ ଚାହିଥିଲେ ଯୁବରାଜ

Advertisment
ଅନ୍ତର୍ଜାତୀୟ ନ ଖେଳି ୭ରୁ ୧୦ କୋଟି ଆୟ

ମୁମ୍ବାଇ : ଭାରତୀୟ କ୍ରିକେଟର୍‌ ଯୁବରାଜ ସିଂହ ଏବେ ବି ଅଧିକାଂଶ ପ୍ରଶଂସକଙ୍କ ପସନ୍ଦ। ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ଙ୍କ ଗୋଟିଏ ଓଭରରେ ୬ ବଲ୍‌କୁ ୬ ଛକା ମାରିଥିବା ଯୁବରାଜ ଏବେ ବି ସମସ୍ତଙ୍କ ସ୍ମୃତିରେ ରହିଛନ୍ତି। ହେଲେ ଭାରତୀୟ ଦଳର ନେତୃତ୍ବ ନେବା ପାଇଁ ତାଙ୍କର ଥିବା ଲାଳସା ନେଇ ଯୁବରାଜ ପ୍ରଥମ ଥର ଲାଗି ମୁହଁ ଖୋଲିଛନ୍ତି। ମୁଁ ଭାରତୀୟ ଦଳର ଅଧିନାୟକ ହେବାର ଲାଳସା ରଖିଥିଲି। ବିଶେଷକରି ୨୦୦୭ ଟି-୨୦ ବିଶ୍ବକପ୍‌ରେ ହିଁ ମୋତେ ନେତୃତ୍ବ ଭାର ଅର୍ପଣ କରାଯିବ ବୋଲି ଆଶା ବାନ୍ଧିଥିଲି।

୨୦୦୭ ଏଭଳି ସମୟ ଥିଲା ଯେତେବେଳେ ଭାରତୀୟ ଦଳ ଏକ ଖରାପ ପର୍ଯ୍ୟାୟରେ ଥିଲା। ସମସ୍ତ ବରିଷ୍ଠ ଖେଳାଳି ମନ୍ଥର ଗତିରେ ଦଳରୁ ଉତ୍ସାହ ପାଉଥିଲେ। ଟି-୨୦ ଏକ ନୂଆ ଫର୍ମାଟ୍‌ ଭାବେ ଆମ ଦ୍ବାର ବାଡ଼େଇଥିଲା। ସେତେବେଳେ ଭାରତୀୟ ଦଳର ନୂଆ ଅଧିନାୟକ ନେଇ କଳ୍ପନାଜଳ୍ପନା ମଧ୍ୟ ପ୍ରକାଶ ପାଇଥିଲା। ଏହା ପୂର୍ବରୁ ଭାରତ ୫୦ ଓଭରିଆ ବିଶ୍ବକପ୍‌ ହରାଇ ସାରିଥାଏ। ଦଳ ମଧ୍ୟ ୪ ମାସ ପାଇଁ ଭାରତ ବାହାରକୁ ଯାଇଥିଲା। ସେଥିରୁ ୨ ମାସ ଧରି ଇଂଲଣ୍ଡ ଗସ୍ତ, ୧ ମାସ ଧରି ଦକ୍ଷିଣ ଆଫ୍ରିକା ଓ ଆୟର୍ଲାଣ୍ଡ୍‌ ଗସ୍ତ ପରେ ୧ ମାସ ଧରି ଟି-୨୦ ବିଶ୍ବକପ୍‌ ଖେଳିବାକୁ ଥିବାରୁ ମୋଟାମୋଟି ୪ ମାସ ପାଇଁ ଦେଶ ଛାଡ଼ିଥିଲୁ। ସେତେବେଳେ କୌଣସି ବି ବରିଷ୍ଠ ଖେଳାଳି ଟି-୨୦ କ୍ରିକେଟ୍‌ ଖେଳିବା ପାଇଁ ଆଗ୍ରହୀ ନଥିଲେ। ତେଣୁ ମୋ ପାଇଁ ହିଁ ଦଳର ଅଧିନାୟକ ପଦ ଖୋଲା ରହିଥିଲା। ମୁଁ ଯେ ଭାରତୀୟ ଦଳର ଅଧିନାୟକ ବନିପାରିବି ସେ ଆଶା ମଧ୍ୟ ମୋ ମନରେ ଉଜ୍ଜୀବୀତ ହୋଇଥିଲା। ହେଲେ ମହେନ୍ଦ୍ର ସିଂହ ଧୋନିଙ୍କ ନାମ ଅଧିନାୟକ ପଦ ପାଇଁ ଘୋଷଣା ହେବା ପରେ ମୋ ଆଶା ଆଶାରେ ହିଁ ରହିଯାଇଥିଲା। ଏଭଳି ମନର ଭାବନାକୁ ଯୁବରାଜ ୨୨ ୟାର୍ନସ ପୋଡ୍‌କାଷ୍ଟରେ ଗୌରବ କାପୁରଙ୍କ ସହ ବାଣ୍ଟିଛନ୍ତି।

ତଥାପି ଧୋନିଙ୍କ ପାଇଁ ମୋର ସେଭଳି କିଛି ଖରାପ ଭାବନା ନଥିଲା। କାରଣ ଧୋନିଙ୍କ ସହ ମୋର ମ୍ୟାଚ୍‌ ବିଜୟୀ ଭାଗୀଦାରି ହିଁ ସବୁକିଛିକୁ ଭୁଲ୍‌ ପ୍ରମାଣିତ କରିଦେଇଥିଲା। ଏହା ହିଁ ବାସ୍ତବ କଥା ଯେ ଯିଏବି ଦଳର ନେତୃତ୍ବ ଭାର ସମ୍ଭାଳିବ ତାଙ୍କୁ ତୁମେ ସମର୍ଥନ ଦେବା ଉଚିତ। ସେ ରାହୁଲ (ଦ୍ରାବିଡ୍‌) ହୁଅନ୍ତୁ କିମ୍ବା ସୌରଭ ଗାଙ୍ଗୁଲି ନହେଲେ ଭବିଷ୍ୟତରେ ଅନ୍ୟ କେହି ବି ହୁଅନ୍ତୁ। ଦିନ ଶେଷରେ ତୁମେ ଗୋଟିଏ ଦଳର ସଦସ୍ୟ ବୋଲି ଭାବିବା ଠିକ୍‌ ବୋଲି ଯୁବି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe