ହାମିଲଟନ୍‌ ଦିନିକିଆରେ ଭାରତ ହାରିବା ପରେ ବି ବ୍ୟାଟିଂରେ ରେକର୍ଡ କଲେ ୟୁଜବେନ୍ଦ୍ର ଚହଲ

Advertisment
ହାମିଲଟନ୍‌ ଦିନିକିଆରେ ଭାରତ ହାରିବା ପରେ ବି ବ୍ୟାଟିଂରେ ରେକର୍ଡ କଲେ ୟୁଜବେନ୍ଦ୍ର ଚହଲ

ହାମିଲଟନ୍‌: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୪ର୍ଥ ଦିନିକିଆରେ ଗୁରୁବାର ୮ ଓ୍ଵିକେଟ୍‌ରେ ପରାସ୍ତ ହୋଇଛି। ଏହା ପରେ ଭାରତୀୟ ବୋଲର ୟୁଜବେନ୍ଦ୍ର ଚହଲ ବୋଲିଂ ଦିଗରେ ନୁହେଁ ବରଂ ବ୍ୟାଟିଂ ଲାଇନ୍‌ରେ ରେକର୍ଡ କରିଛନ୍ତି।

ୟୁଜବେନ୍ଦ୍ର ଚହଲ ଭାରତ ପାଇଁ ସର୍ବାଧିକ ଅପରାଜିତ ୧୮ ରନ୍‌ (୩୭ ବଲ, ୩ ଚୌକା) କରିଛନ୍ତି। ତାଙ୍କ ବ୍ୟତୀତ ଭାରତର ୭ ଜଣ କ୍ରିକେଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିପାରି ନଥିଲେ। ହାମିଲଟନ୍‌ରେ ଚହଲ ନିଜ ବ୍ୟାଟିଂ କ୍ୟାରିୟରର ସର୍ବାଧିକ ରନ କରିଛନ୍ତି। ଟିମ୍‌ ଇଣ୍ଡିଆର ଭଲ ସ୍କୋରର ଭାବରେ ଆଜି ଚହଲ ପରିଚୟ କରି ପାରିଛନ୍ତି। ଚହଲ ଏହି ମ୍ୟାଚ ପୂର୍ବରୁ ୩୮ଟି ଦିନିକିଆ ଖେଳିଛନ୍ତି, ଯେଉଁଥିରେ କି ସେ ୧୬ ରନ୍‌ କରିଛନ୍ତି।

publive-image

ସୂଚନାଯୋଗ୍ୟ ଟସ୍‌ ଜିଣି ନ୍ୟୁଜିଲାଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୩୦.୫ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୯୨ କରିଥିଲା। ଜବାବରେ ନ୍ୟୁଜିଲାଣ୍ଡ ୧୪.୪ ଓଭରରେ ୨ଟି ଓ୍ଵିକେଟ ହରାଇ ୯୩ ରନ କରି ୪ର୍ଥ ଦିନିକିଆକୁ ଜିତିଛି। ପାଂଚ ମ୍ୟାଚ ଶୃଙ୍ଖଳାରେ ଭାରତ ପୂର୍ବରୁ ୩ଟି ମ୍ୟାଚ ଜିତିଥିବା ବେଳେ ଶୃଙ୍ଖଳା ଏବେ ୩-୧ରେ ଅଛି।

ଚହଲଙ୍କୁ ୩୮ଟି ଦିନିକିଆ ମଧ୍ୟରୁ ୪ ଥର ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଏହି ୪ ଇନିଂସରେ ସେ ୧୬ ରନ୍‌ କରିଥିଲେ। ଏଥିରେ ୧୨ ରନ୍‌ ଥିଲା ସର୍ବାଧିକ ସ୍କୋର। ଚହଲ ଆଜିର ମ୍ୟାଚ ପୂର୍ବରୁ ଗୋଟିଏ ଥର ଅପରାଜିତ ପାଭଲିଅନ୍‌ ଫେରିଥିଲେ। ମାତ୍ର ଗତ ଥର ସେ କୌଣସି ରନ୍‌ ନକରି ଅପରାଜିତ ଥିଲେ। ଚହଲଙ୍କ ବ୍ୟତୀତ ଆଜି ଓପନର ଶିଖର ଧାଓ୍ଵନ ୨୦ଟି ବଲ ଖେଳି ୧୩ ରନ୍‌, ହାର୍ଦ୍ଦିକ ପାଣ୍ଡ୍ୟା ୨୦ଟି ବଲ ଖେଳି ୧୬ ରନ୍‌ ଏବଂ ୩୩ଟି ବଲ ଖେଳି କୁଲଦୀପ ଯାଦବ ଦଳ ପାଇଁ ୧୫ ରନ ଯୋଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe