ଆଇସିୟୁରେ ଜାହିର ଆବାସ

Advertisment
ଆଇସିୟୁରେ ଜାହିର ଆବାସ

Zee News

ଲଣ୍ଡନ: ପାକିସ୍ତାନର କିଂବଦନ୍ତି ବ୍ୟାଟ୍ସମ୍ୟାନ୍ ଜାହିର ଆବାସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପର୍ଣ୍ଣ ରହିଛି। ସଂପ୍ରତି ସେ ଲଣ୍ଡନର ଏକ ଘରୋଇ ହସ୍ପିଟାଲର ଆଇସିୟୁରେ ରହିଛନ୍ତି। ତିନି ଦିନ ତଳେ ୭୪ ବର୍ଷୀୟ ଆବାସ ସ୍ଥାନୀୟ ସେଣ୍ଟ ମେରି ହସ୍ପିଟାଲର ଆଇସିୟୁକୁ ସ୍ଥାନାନ୍ତର ହୋଇଥିଲେ। ସଂପ୍ରତି ତାଙ୍କୁ ବାହାରୁ ଅଳ୍ପଜାନ ସହାୟତା ଦିଆଯାଉଛି। ଲଣ୍ଡନରୁ ଦୁବାଇ ଯାତ୍ରା କରୁଥିଲା ବେଳେ ସେ କୋଭିଡ୍ ସଂକ୍ରମିତ ହୋଇଥିଲେ। ଏହାପରେ ଛାତି‌ଓ ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବା ଅଭିଯୋଗ କରିଥିଲେ। ପରୀକ୍ଷା ପରେ ତାଙ୍କୁ ନିମୋନିଆ ହୋଇଯାଇଥିବା ଜଣାପଡ଼ିଥିଲା। ୧୯୬୯ରେ ଆବାସ ନ୍ୟୁଜିଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିଲେ। ନିଜ ସମୟରେ ସେ ଜଣେ ଶ୍ରେଷ୍ଠ ବ୍ୟାଟର୍ ଥିଲେ। ୭୨ ଟେଷ୍ଟ୍‌ରୁ ୫୦୬୨ ଏବଂ ୬୨ ଦିନିକିଆରୁ ୨୫୭୨ ରନ୍ କରିଥିଲେ। ଅନ୍ୟପକ୍ଷରେ ୪୫୯ ପ୍ରଥମଶ୍ରେଣୀ ମ୍ୟାଚ୍‌ରୁ ୧୦୮ ଶତକ ଏବଂ ୧୫୮ ଅର୍ଦ୍ଧଶତକ ବଳରେ ୩୪,୮୪୩ ରନ୍ କରିଥିଲେ। ଅବସର ପରେ ଗୋଟିଏ ଟେଷ୍ଟ୍ ଏବଂ ତିନିଟି ଦିନିକିଆରେ ରେଫରି ଦାୟିତ୍ବ ତୁଲାଇଥିଲେ। ୨୦୨୦ରେ ଜ୍ୟାକ୍ କାଲିସ୍ ଏବଂ ଲିସା‌ ସ୍ଥେଲେକରଙ୍କ ସହ ଆବାସଙ୍କୁ ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe