ଜାହିର ଖାନ୍‌ଙ୍କୁ ଖେଳିବା କଷ୍ଟକର ଥିଲା: ସାଙ୍ଗାକାରା

Advertisment
ଜାହିର ଖାନ୍‌ଙ୍କୁ ଖେଳିବା କଷ୍ଟକର ଥିଲା: ସାଙ୍ଗାକାରା

EssentiallySports

ଲଣ୍ଡନ୍‌: ବିଶ୍ବ କ୍ରିକେଟର୍‌ ଅନ୍ୟତମ ମହାନ ବ୍ୟାଟ୍‌ସମ୍ୟାନଙ୍କ ମଧ୍ୟରେ ଶ୍ରୀଲଙ୍କାର କୁମାର ସାଙ୍ଗାକାରାଙ୍କ ନାମ ଆସିବ। ଏଥି ସହ ସେ ମଧ୍ୟ ଜଣେ ଉତ୍କୃଷ୍ଟ ୱିକେଟରକ୍ଷକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିଲେ। ସମ୍ପ୍ରତି ମେରିଲବୋନ କ୍ରିକେଟ୍ କ୍ଲବ୍ (ଏମ୍‌ସିସି)ର ସଭାପତି ଥିବା ସାଙ୍ଗାକାରାଙ୍କ ଦୁର୍ଭାଗ୍ୟ ଶ୍ରୀଲଙ୍କା ୨୦୦୯ ଟି-୨୦ ବିଶ୍ବକପ୍‌ ଏବଂ ୨୦୧୧ ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ଖେଳିଥିଲେ ମଧ୍ୟ ସେ ଟ୍ରଫି ତୋଳି ଧରିବାର ସୁଯୋଗ ପାଇନଥିଲେ। ୨୦୧୪ରେ କିନ୍ତୁ ଭାରତକୁ ହରାଇ ଶ୍ରୀଲଙ୍କା ଟି-୨୦ ବିଶ୍ବକପ୍‌ ଜିତିବାର ଗୌରବ ପାଇଥିଲା।

ଅନ୍ତର୍ଜାତୀୟ କ୍ରିକେଟରେ ଜଣେ ଉଚ୍ଚମାନର ବ୍ୟାଟ୍‌ସମ୍ୟାନ୍‌ ଭାବେ ସାଙ୍ଗାକାରା ଟେଷ୍ଟରେ ୫୭.୪୦ ହାରରେ ୧୨,୪୦୦ ଏବଂ ୪୦୪ ଦିନିକିଆରୁ ୧୪,୨୩୪ ରନ୍ କରିଥିଲେ। ନିଜ ଖେଳ ଜୀବନକୁ ଆଗୁଆ ଶେଷ କରିଥିବା ସାଙ୍ଗାକାରାଙ୍କ ମତରେ ଦୁଇ ଏସୀୟ ଦ୍ରୁତ ବୋଲର ୱାସିମ୍ ଆକ୍ରମ ଏବଂ ଜାହିର୍‌ ଖାନ୍‌ଙ୍କୁ ସମ୍ମୁଖୀନ ହେବା କଷ୍ଟକର ଥିଲା। ଜାହିର ଖାନ୍‌ଙ୍କୁ ମୁଁ ଅନେକ ଥର ଭେଟିଛି କିନ୍ତୁ ତାଙ୍କୁ ଖେଳିବା ଏତେ ସହଜ ହୁଏ ନାହିଁ। ସେହିଭଳି ୱିକେଟରକ୍ଷଣ ବେଳେ କେଉଁ ବୋଲରଙ୍କ ବଲ୍‌ ସଂଗ୍ରହ କଷ୍ଟକର ବୋଲି ପ୍ରଶ୍ନ ହେବାରୁ ସାଙ୍ଗାକାରା ନିଜ ଦଳର ସାଥୀ ମୁଥୟା ମୁରଲୀଧରନଙ୍କ ନାମ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe