Cricket: ଜିମ୍ବାୱେର ଏକତରଫା ବିଜୟ

Advertisment

ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି।

ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି।

09bbs_75_09022026_112

କଲମ୍ବୋ: ଗୋଟିଏ ସଂସ୍କରଣ ବ୍ୟବଧାନରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଖେଳୁଥିବା ଜିମ୍ବାୱେ ଆଧିପତ୍ୟଭରା ବିଜୟରୁ ତା’ର ଚଳିତ ଅଭିଯାନ ଆରମ୍ଭ କରିଛି। ସୋମବାର ଗ୍ରୁପ୍-ବି’ର ଏକ ମୁକାବିଲାରେ ଏହି ଦଳ ନବାଗତ ଓମାନକୁ ଅତି ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି। ଦୁଇ କମ୍‌ ଶକ୍ତିଶାଳୀ ଦଳ ମଧ୍ୟରେ ହୋଇଥିବା ଏହି ମୁକାବିଲାରେ ଜିମ୍ବାୱେ ଟସ୍‌ ଜିତି ଓମାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଖେଳାଳିଙ୍କ ହାରାହାରି ବୟସ ଦୃଷ୍ଟିରୁ ଚଳିତ ବିଶ୍ବକପ୍‌ ସବୁଠୁ ବୟସ୍କ ଦଳ ଓମାନକୁ ଜିମ୍ବାୱେ ବୋଲରମାନେ ମାତ୍ର ୧୦୩ ରନ୍‌ରେ ଅଲ୍‌ଆଉଟ୍‌ କରି ଏହି ନିଷ୍ପତ୍ତି ଯେ ପୂରା ଠିକ୍‌ ଥିଲା ତାହା ପ୍ରମାଣିତ କରିଥିଲେ।

ଓମାନର ଶୀର୍ଷ ୫ ବ୍ୟାଟର୍‌ ଏକଅଙ୍କରେ ସୀମିତ ରହିବା ମଧ୍ୟ ବିଶ୍ବକପ୍‌ ଇତିହାସର ଅନ୍ୟତମ ଅଲୋଡ଼ା ରେକର୍ଡ ଥିଲା। ଏହି ଦଳ ୨୭ ରନ୍‌ରେ ୫ ୱିକେଟ୍‌ ହରାଇ ଘୋର ସଙ୍କଟରେ ପଡ଼ିଥିଲା ବେଳେ ସୁଫିଆନ ମେହମୁଦ ଓ ବିନାୟକ ଶୁକ୍ଳା ହିଁ ପ୍ରତିପକ୍ଷ ବୋଲରଙ୍କର କିଛିଟା ପ୍ରତିରୋଧ କରିଥିଲେ। ଉଭୟ ଷଷ୍ଠ ୱିକେଟ୍‌ରେ ୩୯ ରନ୍‌ର ଉପଯୋଗୀ ଭାଗୀଦାର ଗଢ଼ିବାରୁ ଓମାନ କଷ୍ଟେମ‌ଷ୍ଟେ ୧୦୦ ରନ୍‌ ପାର ହୋଇଥିଲା। ଶେଷ ଆଡ଼କୁ ନଦୀମ ଖାନ୍‌ ୧୮ ବଲ୍‌ରୁ ୨୦ ରନ୍‌ର ମନୋରଞ୍ଜନ ଭରା ପାଳି ଖେଳିଥିଲେ। ଜିମ୍ବାୱେର ତିନି ପେସର୍‌ ରିଚାର୍ଡ ନଗରଭା, ବ୍ଲେସିଙ୍ଗ୍‌ ମୁଜରବାନି ଓ ବ୍ରାଡ୍‌ ଇଭାନ୍ସ ତିନିଟି ଲେଖାଏଁ ୱିକେଟ୍‌ ନେଇ ଓମାନର ବିପର୍ଯ୍ୟୟ ଘଟାଇଥିଲେ।

ଆହୁରି ପଢ଼ନ୍ତୁ: AI Summit: ଏଆଇ ସମ୍ମିଳନୀ ପାଇଁ ଦିଲ୍ଲୀ ହୋଟେଲ୍‌ରେ ଭିଡ଼

ଜବାବରେ ଜିମ୍ବାୱେ ଓପନର୍‌ ବ୍ରାଏନ୍‌ ବେନେଟ୍‌ଙ୍କ ଅପରାଜିତ ୪୮ ରନ୍‌ ସହ ବ୍ରାଣ୍ଡନ୍‌ ଟେଲରଙ୍କ ୩୧ ରନ୍‌ ବଳରେ ୧୩.୩ ଓଭରରେ ମାତ୍ର ୨ ୱିକେଟ୍‌ ବିନିମୟରେ ୧୦୬ ରନ୍‌ କରି ସହଜ ବିଜୟ ପାଇଥିଲା। ଟେଲର୍‌ ମାତ୍ର ୪ ରନ୍‌ ପୂର୍ବରୁ ଅବସର ଆହତ ହେବା ଅବଶ୍ୟ ଜିମ୍ବାୱେ ପାଇଁ କିଛିଟା ଚିନ୍ତାଜନକ ଖବର ଥିଲା। ବ୍ଲେସିଙ୍ଗ୍‌ ତାଙ୍କ ଶାଣିତ ବୋଲିଂ ପାଇଁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର୍‌: ଓମାନ ୧୯.୩ ଓଭରରେ-୧୦୩ (ବିନାୟକ ଶୁକ୍ଳା ୨୮, ସୁଫିୟାନ ମେହମୁଦ ୨୫, ନଦୀମ ଖାନ ୨୦, ବ୍ଲେସିଙ୍ଗ୍‌ ମୁଜରବାନି ୩/୧୬, ରିଚାର୍ଡ ନଗରଭା ୩/୧୭, ବ୍ରାଡ୍‌ ଇଭାନ୍ସ ୩/୧୮)। ଜିମ୍ବାୱେ ୧୩.୩ ଓଭରରେ-୧୦୬/୨ (ବ୍ରାଏନ ବେନେଟ୍‌ ୪୮, ବ୍ରାଣ୍ଡନ ଟେଲର ୩୧, ସୁଫିୟାନ ମେହମୁଦ ୨/୧୨)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe