ପ୍ରଥମ ଟେଷ୍ଟ୍‍ରେ ଜିମ୍ବାେଓ୍ଵ ପରାସ୍ତ: େଓ୍ଵଷ୍ଟ୍‌ଇଣ୍ଡିଜ୍‌ ୧୧୭ ରନ୍‌ରେ ଜିତିଲା

ପ୍ରଥମ ଟେଷ୍ଟ୍‍ରେ ଜିମ୍ବାେଓ୍ଵ ପରାସ୍ତ: େଓ୍ଵଷ୍ଟ୍‌ଇଣ୍ଡିଜ୍‌ ୧୧୭ ରନ୍‌ରେ ଜିତିଲା

ବୁଲାଓ୍ଵାୟୋ: କୁଇନ୍‌ ସ୍ପୋର୍ଟସ କ୍ଲବ୍‌ ପଡ଼ିଆରେ ଚାଲିଥିବା ଜିମ୍ବାେଓ୍ଵ ବିପକ୍ଷ ପ୍ରଥମ ଟେଷ୍ଟ୍‍ରେ େଓ୍ଵଷ୍ଟ୍‌ଇଣ୍ଡିଜ୍‌ ୧୧୭ ରନ୍‌ରେ ବିଜୟୀ ହୋଇଛି। ପ୍ରଥମ ପାଳିରେ ମାତ୍ର ୨୧୯ ରନ୍‌ରେ ଅଲ୍‌ ଆଉଟ୍‌ ହୋଇଥିବା େଓ୍ଵଷ୍ଟଇଣ୍ଡିଜ୍‌ ଦ୍ୱିତୀୟ ପାଳିରେ ଭଲ ବ୍ୟାଟିଂ କରିବା ସହିତ ବୋଲରଙ୍କ ଜରିଆରେ ଚତୁର୍ଥ ଦିନରେ ହିଁ ମ୍ୟାଚ୍‌କୁ ଜିତି ନେଇଛି। ପ୍ରଥମ ପାଳିରେ ଇଣ୍ଡିଜ୍‌ର ୨୧୯ ରନ୍‌ ଜବାବରେ ଜିମ୍ବାେଓ୍ଵ ୧୫୯ ରନ୍‌ କରିଥିଲା। ଦ୍ୱିତୀୟ ପାଳିରେ େଓ୍ଵଷ୍ଟଇଣ୍ଡିଜ୍‌ ମଙ୍ଗଳବାର ସକାଳେ ୩୬୯/୮ରୁ ଖେଳି ୪ ରନ୍‌ ଯୋଡ଼ି ଶେଷ ୨ ଓ୍ଵିକେଟ୍‌ ହରାଇଥିଲା। ଫଳରେ ଘରୋଇ ଜିମ୍ବାେଓ୍ଵ ସମ୍ମୁଖରେ ୪୩୪ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।

ପ୍ରଥମ ଓ୍ଵିକେଟ୍‌ ପାଇଁ ମାସାକାଡ଼ଜା (୫୭) ଏବଂ ସୋଲୋମାନ୍‌ ଫାରାଇ ମାୟର୍‌ (୪୭) ୯୯ ରନ ଉଠାଇଥିଲେ ମଧ୍ୟ ଘରୋଇ ଦଳ ନିୟମିତ ବ୍ୟବଧାନରେ ଓ୍ଵିକେଟ୍‌ ହରାଇ ୩୧୬ ରନ୍‌ରେ ସୀମିତ ହୋଇଯାଇଥିଲା। ବ୍ରେଣ୍ଡନ୍‌ ଟେଲର୍‌ (୭୩)ଙ୍କ ଲଢ଼ୁଆ ଅର୍ଧଶତକ ପରେ ଶେଷ ଓ୍ଵିକେଟ୍‌ରେ ଜାର୍ଭିସ୍‌ (୨୩*) ଓ ମୋଫୁ (୩୩) ୫୩ ରନ୍‌ ଯୋଡ଼ିବା ଦଳକୁ କେବଳ ୩୦୦ ପାର କରାଇଥିଲା। େଓ୍ଵଷ୍ଟଇଣ୍ଡିଜ୍‌ ପକ୍ଷରୁ ଲେଗ୍‌ ସ୍ପିନର୍‌ ଦେବେନ୍ଦ୍ର ବିଶୁ ଦ୍ୱିତୀୟ ପାଳିରେ ୪ ଓ୍ଵିକେଟ୍‌ ନେଇ ମ୍ୟାଚ୍‌ରେ ୯/୧୮୪ ପ୍ରଦର୍ଶନ ସହିତ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏଥି ସହିତ ୨ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳରେ ଜାସନ୍‌ ହୋଲ୍‌ଡରଙ୍କ େଓ୍ଵଷ୍ଟଇଣ୍ଡିଜ୍‌ ଦଳ ୧-୦ରେ ଆଗୁଆ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe