ବକ୍ସ ଖୋଲିବା ପୂର୍ବରୁ ହଜିଲା ବିରାଟଙ୍କ ନୂଆ ଫୋନ, ଜୋମାଟୋ ଦେଲା ଏଭଳି ଉପଦେଶ

Advertisment
ବକ୍ସ ଖୋଲିବା ପୂର୍ବରୁ ହଜିଲା ବିରାଟଙ୍କ ନୂଆ ଫୋନ, ଜୋମାଟୋ ଦେଲା ଏଭଳି ଉପଦେଶ

ନୂଆଦିଲ୍ଲୀ: ହଜିଲା ଭାରତୀୟ କ୍ରିକେଟର ବିରାଟ କୋହଲି ମୋବାଇଲ। ବିରାଟ ନୂଆ ଫୋନ କିଣିଥିବା ବେଳେ ତାଙ୍କ ଫୋନ ହଜିଯାଇଥିବା ଜଣାପଡ଼ିଛି। ଭାରତୀୟ କ୍ରିକେଟର ବିରାଟ କୋହଲି ନିଜେ ମାଇକ୍ରୋବ୍ଲଗିଂ ସାଇଟ୍ ଟ୍ୱିଟରରେ ତାଙ୍କ ଫୋନ ହଜିଯାଇଥିବା ବିଷୟରେ ଜଣାଇଛନ୍ତି। ଟ୍ବିଟ କରି ସେ ଲେଖିଛନ୍ତି ଯେ ଫୋନର ବକ୍ସ ଖୋଲିବା ପୂର୍ବରୁ ମୁଁ ମୋ ନୂଆ ଫୋନ୍ ହରାଇଛି।

"ନୂଆ ଫୋନର ବକ୍ସ ଖୋଲିବା ପୂର୍ବରୁ ଏହାକୁ ହରାଇବାର ଦୁଃଖ ଅନ୍ୟ ସବୁ ଦୁଃଖଠାରୁ ବଡ଼। କେହି ମୋ ଫୋନ ଦେଖିଛନ୍ତି କି?" ବିରାଟଙ୍କର ଏହି ଟ୍ୱିଟ୍ ଖୁବ୍ ଭାଇରାଲ୍ ହୋଇଥିବା ବେଳେ ଜୋମାଟୋ ଏଥିରେ ଦେଇଥିବା ପ୍ରତିକ୍ରିୟା ଏବେ ସମସ୍ତଙ୍କୁ ହସାଇ ହସାଇ ବେଦମ କରିଛି।

ବିରାଟଙ୍କ ଫୋନ ହଜିଥିବା ଜାଣିବା ପରେ ଜୋମାଟୋ ତାଙ୍କ ଟ୍ବିଟର ଜବାବ ଦେଇ ଲେଖିଛି ଯେ, ଯଦି ଏହା ଆପଣଙ୍କ ଦୁଃଖ କମ କରିପାରିବ, ତେବେ ଆପଣ ଭାଉଜଙ୍କ ଫୋନ ବ୍ୟବହାର କରି ଜୋମାଟୋରୁ ଆଇସକ୍ରିମ ଅର୍ଡର କରିପାରିବେ। ଜୋମାଟୋ ଦେଇଥିବା ଏଭଳି ପ୍ରତିକ୍ରିୟା ଏବେ ଭାଇରାଲ ହେବାରେ ଲାଗିଛି।

ତେବେ ଜୋମାଟୋର ଏଭଳି ଜବାବ ପରେ ଲୋକେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିବା ଆରମ୍ଭ କରିଛନ୍ତି। କିଛି ଲୋକ ସତରେ ବିରାଟଙ୍କ ଫୋନ ହଜିଥିବା ବିଶ୍ବାସ କରୁଥିବା ବେଳେ ଆଉ କିଛି ଲୋକ ଜୋମାଟୋର ବିଜ୍ଞାପନ ପାଇଁ ବିରାଟ ଏଭଳି ଲେଖିଥିବା କହିବା ଆରମ୍ଭ କରିଛନ୍ତି। ତେବେ ପ୍ରକୃତରେ ବିରାଟଙ୍କ ଫୋନ ହଜିଛି ନା ବିଜ୍ଞାପନ ପାଇଁ ବିରାଟ ଏଭଳି ଟ୍ବିଟ କରିଛନ୍ତି, ତାହା ସ୍ପଷ୍ଟ ହୋଇନହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe