ଅନ୍ତଃମହାବିଦ୍ୟାଳୟ ଚେସ୍‌: ସୁମିତ ବିଜେତା

Advertisment
ଅନ୍ତଃମହାବିଦ୍ୟାଳୟ ଚେସ୍‌: ସୁମିତ ବିଜେତା

ଭୁବନେଶ୍ବର: କଟକ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆନୁକୂଲ୍ୟରେ ବାଦାମବାଡ଼ିସ୍ଥିତ ଏସ୍‌ଆର୍‌ ଚେସ୍‌ ସେଣ୍ଟର୍‌ଠାରେ ଆୟୋଜିତ ଅନ୍ତଃମହାବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାର ବ୍ୟକ୍ତିଗତ ବର୍ଗରେ ଆୟୋଜକ ଦଳର ସୁମିତ ବାନାର୍ଜୀ (୫ ପଏଣ୍ଟ୍‌) ବିଜେତା ହୋଇଛନ୍ତି। ପୁରୀ ଏସ୍‌ସିଏସ୍‌ ମହାବିଦ୍ୟାଳୟର ସୌରଭ ମହାନ୍ତି (୪ ପଏଣ୍ଟ୍‌) ଦ୍ବିତୀୟ ହୋଇଥିଲା ‌ବେ‌େଳ ଏସ୍‌ସିବି‌ ମେଡିକାଲ୍‌ କଲେଜର ସମ୍ବିତ ଜେନା, ସୌମେନ ଅମ୍ଲାନ ୩.୫ ପଏଣ୍ଟ୍‌ ଲେଖାଏଁ ପାଇ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଥିଲେ। ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ ମହାବିଦ୍ୟାଳୟର ଦେବୀ ପ୍ରସାଦ ବିଶ୍ବାଳ (୩ ପଏଣ୍ଟ୍‌) ପଞ୍ଚମ ସ୍ଥାନ ପାଇଥିଲେ। ଉଦ୍‌ଯାପନୀ ଉତ୍ସବରେ‌ ମହାବିଦ୍ୟାଳୟର ଅଧ୍ୟକ୍ଷ ସୁକାନ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ‌େଦଇ ପୁରସ୍କାର ବଣ୍ଟନ କରିଥିଲେ। ଏସ୍‌ଆର୍‌ ଚେସ୍‌ ସେଣ୍ଟର୍‌ ନିର୍ଦେଶକ ସତ୍ୟରଂଜନ ପଟ୍ଟନାୟକ, ଅନ୍ତର୍ଜାତୀୟ ଆର୍ବିଟର ତାପସ କୁମାର ମହାନ୍ତି, ଚୈତନ୍ୟ ରାଉତ ଅତିଥି ଭାବେ ଉପସ୍ଥିତ ଥିଲେ। ପ୍ରତିଯୋଗିତାର ‌େଶ୍ରଷ୍ଠ ୫ ଖେଳାଳି ଆସନ୍ତା ନଭେମ୍ବରରେ ମେଘାଳୟରେ ଅନୁଷ୍ଠିତ ହେବାକୁ ଥିବା ପୂର୍ବାଞ୍ଚଳ ଅନ୍ତଃମହାବିଦ୍ୟାଳୟ ପ୍ରତିଯୋଗିତାରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରିବେ ବୋଲି ପ୍ରତିଯୋଗିତାର ସଂଯୋଜକ ଉତ୍କଳ ବିଶ୍ବବିଦ୍ୟାଳୟର କ୍ରୀଡ଼ା ଅଧିକାରୀ ଅମ୍ବିକା ପ୍ରସାଦ ରାୟ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe