ଆଇପିଏଲ ପାଇଁ ନୂଆ ନିୟମ ଘୋଷଣା କଲା ବିସିସିଆଇ

Advertisment
ଆଇପିଏଲ ପାଇଁ ନୂଆ ନିୟମ ଘୋଷଣା କଲା ବିସିସିଆଇ

ମୁମ୍ବାଇ : ଇଣ୍ଡିଆନ ପ୍ରିମିୟର ଲିଗ୍ ବା ଆଇପିଏଲ ଆରମ୍ଭ ହେବାକୁ ଆଉ ଏକ ସପ୍ତାହ ଥିବାବେଳେ ବିସିସିଆଇ ପକ୍ଷରୁ କେତେକ ନୂଆ ନିୟମ ଲାଗୁ କରାଯାଇଛି । ଏହା ଅନୁଯାୟୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୩) ଦଳର ଅଧିନାୟକମାନେ ଟସ୍ ପୂର୍ବରୁ 'ଖେଳାଳି ତାଲିକା' ଦେବା ପରିବର୍ତ୍ତେ ଟସ୍ ପରେ ତାଲିକା ଦେଇପାରିବେ । ଆଇପିଏଲ୍ ନୂଆ ନିୟମର ଧାରା ୧.୨.୧ ଅନୁଯାୟୀ, ପ୍ରତ୍ୟେକ ଅଧିନାୟକ ଟସ୍ ପରେ ଆଇପିଏଲ୍ ମ୍ୟାଚ୍ ରେଫରିଙ୍କୁ ଲିଖିତ ଭାବେ ତାଙ୍କ ଶେଷ ୧୧ ଜଣ ଖେଳାଳି ଏବଂ ସର୍ବାଧିକ ୫ ଜଣ ବଦଳ ଫିଲ୍ଡରଙ୍କ ନାମ ଦେବାକୁ ପଡ଼ିବ।'' ଅର୍ଥାତ୍ ଟସ୍ ପରେ ଯଦି କୌଣସି ଅଧିନାୟକ ଅନୁଭବ କରନ୍ତି ଯେ ପରିସ୍ଥିତି ଅନୁଯାୟୀ ତାଙ୍କୁ ତାଙ୍କର ଚୂଡ଼ାନ୍ତ ଏକାଦଶ ବଦଳାଇବାର ଆବଶ୍ୟକତା ରହିଛି, ତେବେ ସେ ମ୍ୟାଚ୍ ଆରମ୍ଭ ପର୍ଯ୍ୟନ୍ତ ସେ ଏହା କରିପାରିବେ ।

ନିୟମରେ ଆଉ ଏକ ପରିବର୍ତ୍ତନ ହେଉଛି ବ୍ୟାଟ୍ସମ୍ୟାନ୍ ବଲ୍ ଖେଳିବା ପୂର୍ବରୁ ଯଦି ୱିକେଟ୍ ରକ୍ଷକ ନିଜର ସ୍ଥିତି ପରିବର୍ତ୍ତନ କରନ୍ତି ତେବେ ତାଙ୍କ ଅନୁଚିତ କାର୍ଯ୍ୟକଳାପ ପାଇଁ ଜରିମାନା ଆଦାୟ କରାଯିବ । ୱିକେଟ୍ ରକ୍ଷକଙ୍କ ଅନୁଚିତ କାର୍ଯ୍ୟକଳାପରେ ଅମ୍ପାୟାର 'ଡେଡ୍' ବଲ୍ ମଧ୍ୟ ଘୋଷଣା  କରିପାରିବେ ଓ ଏ ସମ୍ପର୍କରେ ଅନ୍ୟ ଅମ୍ପାୟାରଙ୍କୁ ସୂଚୀତ କରିବେ । ଏହାପରେ ଓ୍ବିକେଟ ନିକଟରେ ଛିଡ଼ା ହୋଇଥିବା ଅମ୍ପାୟାର ବ୍ୟାଟିଂ କରୁଥିବା ଦଳକୁ 'ଓ୍ଵାଇଡ୍ କିମ୍ବା ନୋ ବଲ୍' ପାଇଁ ଗୋଟିଏ ରନ୍ ଦିଆଯିବ । ପୁଣି ଯଦି ଅମ୍ପାୟାର ଅନୁଭବ କରନ୍ତି, ତେବେ ସେ ବ୍ୟାଟିଂ ଦଳକୁ ୫ଟି ପେନାଲ୍ଟି ରନ୍ ମଧ୍ୟ ଦେଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe