ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

Advertisment
ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଉତ୍କଳ କରାଟେ ସ୍କୁଲ୍‌ଠାରେ ଡିଗ୍ରି କଲେଜ ଛାତ୍ରୀମାନଙ୍କୁ ଦିଆଯାଉଥିବା ଆତ୍ମରକ୍ଷା ପ୍ରଶିକ୍ଷଣର ତୃତୀୟ ଦଫା‌ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏଥିରୁ ୧୨୨ ଛାତ୍ରୀ ସାର୍ଟିଫିକେଟ ହାସଲ କରିଛନ୍ତି। ୪୨ ଘଣ୍ଟାର ଏହି ପ୍ରଶିକ୍ଷଣ ବ୍ୟତୀତ ଶୃଙ୍ଖଳା, ବ୍ୟକ୍ତିତ୍ବର ବିକାଶ ଓ କର୍ତ୍ତବ୍ୟ ପରାୟଣ ହେବାକୁ ଶିକ୍ଷା ଦିଆଯାଇଥିଲା। ଉଦ୍‌ଯାପନ ଦିବସରେ ଉଚ୍ଚଶିକ୍ଷା‌ ବିଭାଗ ଏସ୍‌ଏନ୍‌ଓ ତଥା ଉପଶାସନ ସଚିବ ରମେଶ ଚନ୍ଦ୍ର ବେହେରା ମାନପତ୍ର ଓ ରିଆକ୍ଟ ପୁସ୍ତିକା ପ୍ରଦାନ କରିଥିଲେ। ହରିପ୍ରସାଦ ପଟ୍ଟନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି ଶିବିରକୁ ସେନ୍‌ସାଇ ରାଜୀବ ସିଂହ, ସୁସ୍ମିନୀ ପାଲଟାସିଂହ, ଅନୁରାଧା ପାତ୍ର, ମହେଶ ଡୋରା, କୃଷ୍ଣଚନ୍ଦ୍ର ମହାରଣା, ଅନୁପମା ସ୍ବାଇଁ, କ୍ରିଷ୍ଣା ଶିକାରୀଳ ମଧୁପ୍ରିୟା ବାଇ, ମୋନାଲି ସାହୁ ଓ ନାଶ୍ୟା କୁମାରୀ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe