ଆମଲାଙ୍କ ୮,୦୦୦

Advertisment
ଆମଲାଙ୍କ ୮,୦୦୦

CARDIFF, WALES - JUNE 15: South Africa batsman Hashim Amla hits out during the Group Stage match of the ICC Cricket World Cup 2019 between South Africa and Afghanistan at Cardiff Wales Stadium on June 15, 2019 in Cardiff, Wales. (Photo by Stu Forster-IDI/IDI via Getty Images)

ବୁଧବାର ପୂର୍ବ ରାତିର ଲଗାଣ ବର୍ଷା ପାଇଁ ମ୍ୟାଚ୍ ନିର୍ଧାରିତ ସମୟର ୧ ଘଣ୍ଟା ୨୦ ମିନିଟ୍ ପରେ ଆରମ୍ଭ ହୋଇଥିଲା। ଅମ୍ପାୟାର ଓ ରେଫରି ମଧ୍ୟାହ୍ନ ଭୋଜନ ବିରତିର ଅବଧି ଛୋଟାଇବା ସହ ମ୍ୟାଚ୍‌କୁ ୪୯ ଓଭରକୁ କମାଇ ଦେଇଥିଲେ। କୋହଲା ପାଗ, ଓଦା ଆଉଟ୍ ଫିଲ୍ଡ ଏବଂ ସକାଳୁଆ କାକରର ଲାଭ ଉଠାଇବା ଲାଗି ନ୍ୟୁଜିଲାଣ୍ଡ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଟ୍ରେଣ୍ଟ ବୋଲ୍ଟ କ୍ବିଣ୍ଟନ୍ ଡି’କକ୍‌ଙ୍କୁ ବୋଲ୍ଡ କରି ଏହାକୁ ସାର୍ଥକ କରିଥିଲେ। ହାସିମ ଆମଲା (୫୫) କିନ୍ତୁ ଲଢ଼ିଥିଲେ। ବିରାଟ କୋହଲିଙ୍କ ପଛକୁ ଦ୍ବିତୀୟ ଦ୍ରୁତତମ ଖେଳାଳି ଭାବେ ଦିନିକିଆରେ ୮,୦୦୦ ରନ୍ ପୂରଣ କରିଥିଲେ। ୨୪ ରନ୍‌ରେ ପହଞ୍ଚି ଜ୍ୟାକ୍ କାଲିସ୍, ଏବି ଡି’ଭିଲିୟର୍ସ ଓ ହରଶ୍ଚେଲ ଗିବ୍ସଙ୍କ ପରେ ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ଦକ୍ଷିଣ ଆଫ୍ରିକାର ଚତୁର୍ଥ ଖେଳାଳି ହୋଇଥିଲେ । କୋହଲି ୧୭୫ ଏବଂ ଆମଲା ୧୭୬ ପାଳିରେ ୮,୦୦୦ ରନ୍ କରିଥିଲେ। ଡି’ଭିଲିୟର୍ସ (୧୮୨), ସୌରଭ ଗାଙ୍ଗୁଲି (୨୦୦) ଓ ରୋହିତ ଶର୍ମା (୨୦୦) ଏମାନଙ୍କ ପଛକୁ ରହିଛନ୍ତି। ଅଧିନାୟକ ଫାଫ୍‌ ଡୁ’ ପ୍ଲେସିସ୍ (୨୩) କିନ୍ତୁ ନିରାଶ କରିଥିଲେ। ଲୋକି ଫର୍ଗୁସନ୍ ଏକ ଶାଣିତ ୟର୍କରରେ ତାଙ୍କୁ ପ୍ୟାଭିଲିୟନକୁ ଲେଉଟାଇ ଦେଇଥିଲେ। ମିଚେଲ ସାଣ୍ଟନରଙ୍କ ମିଡିଲ୍ ଏବଂ ଅଫ୍ ଷ୍ଟମ୍ପରେ ଥିବା ବଲ୍‌କୁ ବ୍ୟାଟ୍-ପ୍ୟାଡ୍ ମଝିରେ ଭିତରକୁ ଯିବାକୁ ‌ଦେଇ ଆମଲା ନିଜ ୱିକେଟ୍ ହରାଇଥିଲେ। ୧୧୧ ରନ୍‌ରେ ତାଙ୍କ ସଂଘର୍ଷପୂର୍ଣ୍ଣ ପାଳିରେ ବିରାମ ଲାଗିଥିଲା। ଏଦେନ ମର୍କରାମ (୩୮) ଓ ଡେଭିଡ୍ ମିଲର (୩୬) ବଡ଼ ପାଳି ଖେଳିବାର ମୂଳଦୁଆ ପକାଇଥିଲେ। ହେଲେ ଠିକଣା ସମୟରେ ନିଜ ନିଜ ୱିକେଟ୍ ଫିଙ୍ଗି ଦେଇଥିଲେ। ରଶି ଭାନଡର ଦୁସେନ (୬୭* ରନ୍, ୬୪ ବଲ୍, ୨ ଚୌକା, ୩ ଛକା)ଙ୍କ ଅପରାଜିତ ଅର୍ଧଶତକ ବଳରେ ହିଁ ଦକ୍ଷିଣ ଆଫ୍ରିକା କଷ୍ଟମ‌େଷ୍ଟେ ଅଢ଼ଇ ଶହ ରନ୍‌ର ନିକଟତର ହୋଇଥିଲା। ବର୍ଷା ପାଇଁ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ଦକ୍ଷିଣ ଆଫ୍ରିକା ଶେଷ ୧୦ ଓଭରରେ ୭୫ ରନ୍ ଯୋଡ଼ି ଭଲ କରିଥିଲା। ସଫଳତମ କିୱି ବୋଲର ଭାବେ ଫର୍ଗୁସନ୍ ୫୯ ରନ୍ ‌ଦେଇ ୩ ୱିକେଟ୍ କରାୟତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe