Advertisment

ଆସେସ୍ ପୂର୍ବରୁ ଇଂଲଣ୍ଡ ଉଠିବ ବୋଲି ରୁଟ୍ ଆଶାବାଦୀ

Advertisment
ରୁଟ୍‌ ଛାଡ଼ିଲେ ଅଧିନାୟକ ପଦ

ଲଣ୍ଡନ: ଅଷ୍ଟ୍ରେଲିଆ ବିପକ୍ଷ ଆସେସ୍ ଶୃଙ୍ଖଳା ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଆହ୍ବାନ ବୋଲି ଘୋଷଣା କରିଛନ୍ତି ଅଧିନାୟକ ଜୋ ରୁଟ୍। ଚଳିତବର୍ଷ ଶେଷ ଆଡ଼କୁ ଖେଳାଯିବାକୁ ଥିବା ଏହି ଶୃଙ୍ଖଳା ପୂର୍ବରୁ ଭାରତ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ବ୍ୟତୀତ ନ୍ୟୁଜିଲାଣ୍ଡ ସହ ବି ମୁକାବିଲା କରିବ ଇଂଲଣ୍ଡ। ହେଲେ ଆସେସ୍ ଇଂଲଣ୍ଡ ପାଇଁ ଅଧିକ ମହତ୍ବପୂର୍ଣ୍ଣ ବୋଲି ରୁଟ୍ ପରୋକ୍ଷରେ ସ୍ପଷ୍ଟ କରିଦେଇଛନ୍ତି। ଏକ ସାକ୍ଷାତକାର ଅବସରରେ ସେ କହିଛନ୍ତି ଯେ ଗତ ଦୁଇବର୍ଷ ହେବ ଇଂଲଣ୍ଡ ଢେର ଉନ୍ନତି କରିଛି। ତଥାପି ମୁଁ ଭାବୁଛି ଯେ ଆମକୁ ଆଉ କେତେକ ଦୋଷ ଦୁର୍ବଳତା ଦୂର କରିବାକୁ ହେବ।

ଏହି ଦିଗରେ ଆମେ ଦ୍ରୁତ ଗତିରେ ଅଗ୍ରସର ହେଉଛୁ। ଅଷ୍ଟ୍ରେଲିଆ ଆସିବା ବେଳକୁ ଆମେ ଆମ ଶ୍ରେଷ୍ଠତ୍ବ ଲାଭ କରିସାରିଥିବୁ ବୋଲି ବିଶ୍ବାସ ଅଛି। ଇଂଲଣ୍ଡ କ୍ରିକେଟ୍ ଦଳ ପାଇଁ ଇସିବି ଏକ ନୂଆ ଚୟନସମିତି ଗଠନ କରିଥିଲା ବେଳେ ଏକ ସନ୍ତୁଳିତ ଦଳ ଘୋଷଣା କରିବା ନୂଆ ସମିତି ପାଇଁ ଆଦୌ ସହଜ ହେବନି ବୋଲି ସ୍ବୀକାର କରିଛନ୍ତି ରୁଟ୍‌। ତେବେ ଏହା ନୂଆ ଓ ଯୁବ ଖେଳାଳିଙ୍କ ପାଇଁ ଭଲ ସୁଯୋଗ ହୋଇପାରେ ବୋଲି ଆଶାପ୍ରକାଣ କରିଛନ୍ତି। ସେହିଭଳି ସେ ସବୁବେଳେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ସପକ୍ଷରେ ଥାଆନ୍ତି ବୋଲି ମତ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଶୃଙ୍ଖଳା ଜୁନ୍ ୨ରୁ ଆରମ୍ଭ ହେବ। ଏହା ପରେ ନ୍ୟୁଜିଲାଣ୍ଡ ସେହି ଇଂଲଣ୍ଡରେ ହିଁ ଭାରତ ବିପକ୍ଷରେ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ ଫାଇନାଲ୍ ଖେଳିବ। ଭାରତ-ଇଂଲଣ୍ଡ ଶୃଙ୍ଖଳା ଅଗଷ୍ଟରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe