ଆହୁରି ଅଧିକ ଦିନ ଧରି ଚାଲିବ ଆଇପିଏଲ, ସୂଚନା ଦେଲେ ଜୟ ଶାହା

Advertisment
ମହିଳା ଆଇପିଏଲ ଟିମ ଦୌଡ଼ରୁ ଓହରିଲେ ଚେନ୍ନାଇ ସୁପରକିଙ୍ଗସ, ଗୁଜରାଟ ଟାଇଟନ୍ସ ଓ ଲକ୍ଷ୍ନୌ ସୁପରଜାୟାଣ୍ଟସ

ମୁମ୍ବାଇ : ଆଇପିଏଲ ପ୍ରସାରଣ ଅଧିକାର ବିକ୍ରିକରି ରେକର୍ଡ ଆୟ କରିବା ପରେ ବିସିସିଆଇ ଏବେ ଏହି ଦାମୀ କ୍ରିକେଟ ଲିଗର କଳେବରକୁ ଆହୁରି ବଡ଼ କରିବାକୁ ଯୋଜନା କରୁଛି । ବିସିସିଆଇ ସଚିବ ଜୟ ଶାହା କହିଛନ୍ତି ଯେ ଆଇପିଏଲର ମ୍ୟାଚ ସଂଖ୍ୟା ବଢାଇବାକୁ ଯୋଜନା କରାଯାଉଛି ଓ ଏ ନେଇ ଆଇସିସି ଓ ଅନ୍ୟ ଦେଶମାନଙ୍କ ସହ ଆଲୋଚନା କରାଯାଉଛି । ଏହା ଫଳରେ ଆଇପିଏଲ ପାଇଁ ଆଇସିସି କ୍ୟାଲେଣ୍ଡରରେ ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିପାରିବ ।

ପୂର୍ବରୁ ଆଇପିଏଲରେ ୮ଟି ଦଳ ଖେଳୁଥିବାବେଳେ ଆଇପିଏଲ ୨୦୨୨ରେ ଆଉ ୨ଟି ନୂଆ ଦଳକୁ ଯୋଗ କରାଯାଇଥିଲା । ୧୦ ଟି ଦଳ ଖେଳୁଥିବାରୁ ଏବର୍ଷ ଆଇପିଏଲରେ ଅଧିକ ମ୍ୟାଚ ଖେଳାଯାଇଥିଲା ଓ ଏହା ପ୍ରାୟ ୨ ମାସ ଧରି ଚାଲିଥିଲା । ଅନ୍ୟପକ୍ଷରେ ଆଇପିଏଲରେ ମ୍ୟାଚ ସଂଖ୍ୟାକୁ ଆହୁରି ବଢାଇବାକୁ କେତେକ ଫ୍ରାଞ୍ଚାଇଜି ଦାବି କରୁଛନ୍ତି ।

ନିକଟରେ ଆଇପିଏଲର ପ୍ରସାରଣ ଅଧିକାର ନିଲାମ କରି ବିସିସିଆଇ ପ୍ରାୟ ୪୮୩୯୦ କୋଟି ଟଙ୍କା ଆୟ କରିଥିଲା । ଏହା ଫଳରେ ଆଇପିଏଲ ବିଶ୍ବର ୨ୟ ସବୁଠାରୁ ଦାମୀ କ୍ରୀଡ଼ା ପ୍ରତିଯୋଗିତାରେ ପରିଣତ ହୋଇଛି । ପ୍ରଥମ ସ୍ଥାନରେ ରହିଛି ଆମେରିକାର ଏନଏଫଏଲ ବା ନ୍ୟାସନାଲ ଫୁଟବଲ ଲିଗ୍ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe