ଏସୀୟ ପେନ୍‌ଚାକ୍‌ ସିଲଟ୍‌ ଅମିତଙ୍କୁ କାଂସ୍ୟ

Advertisment
ଏସୀୟ ପେନ୍‌ଚାକ୍‌ ସିଲଟ୍‌ ଅମିତଙ୍କୁ କାଂସ୍ୟ

ସମ୍ବଲପୁର: ଓଡ଼ିଆ ଖେଳାଳି ସମ୍ବଲପୁର ଜିଲ୍ଲା ବୁର୍ଲାର ଅମିତ ଚୌଧୁରୀ ଏସୀୟ ପେନ୍‌ଚାକ୍‌ ସିଲଟ ପ୍ରତିଯୋଗିତାରେ କାଂସ୍ୟ ପଦକ ଲାଭ କରିଛନ୍ତି। ଦକ୍ଷିଣ କୋରିଆର ଚୁଙ୍ଗଜୁ ଠାରେ ଅନୁଷ୍ଠିତ ତୃତୀୟ ଏସୀୟ ପେନ୍‌ଚାକ୍‌ ସିଲଟ୍‌ ପ୍ରତିଯୋଗିତା ୨୦୧୭ରେ ପୁରୁଷ ୯୦ରୁ ୯୫ କେଜି ବର୍ଗରେ ଅମିତ କାଂସ୍ୟ ଲାଭ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ତାଇଓ୍ଵାନ ପ୍ରତିଯୋଗୀଙ୍କୁ ପରାସ୍ତ କରିବା ପରେ ସେମିରେ ସିଙ୍ଗାପୁରର ପ୍ରତିଯୋଗୀଙ୍କଠୁ ହାରି କାଂସ୍ୟ ପାଇଥିଲେ। ବିଶ୍ୱ ସାମରିକ କଳା ସଂଘ ଆନୁକୂଲ୍ୟରେ ଏସୀୟ ପେନ୍‌ଚାକ୍‌ ସିଲଟ୍‌ ମହାସଂଘ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଏସିଆ ମହାଦେଶର ଭାରତ, ଦକ୍ଷିଣ କୋରିଆ, ସିଙ୍ଗାପୁର, ଇଣ୍ଡୋନେସିଆ, ଭିଏତନାମ, ଫିଲିପାଇନ୍‌ସ, ତାଇଓ୍ଵାନ ଆଦି ୭ଟି ଦେଶ ଅଂଶଗ୍ରହଣ କରିଥିଲେ। ଅମିତଙ୍କୁ ତାଙ୍କ ଅନ୍ତର୍ଜାତୀୟ ସଫଳତା ପାଇଁ ରାଜ୍ୟ ସଂଘର ସଭାପତି ସୁରଜ ଲାମା, ଉପସଭାପତି ରବୀନ୍ଦ୍ର ଚୌଧୁରୀ, ସାଧାରଣ ସଂପାଦକ ପିଏସ୍‌ ଥାପା ଏବଂ ସମ୍ବଲପୁର ଜିଲ୍ଲା ସଂଘ ସଭାପତି ଦୀପକ କୁମାର ଦାସ ଏବଂ ଅନ୍ତର୍ଜାତୀୟ ମାଷ୍ଟର୍‌ ଆଥ୍‌ଲେଟ୍‌ ସୁନ୍ଦରମଣି ବାରିକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe