ଓ୍ଵାଇଏମ୍‌ସି କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ସେମିରେ

ଓ୍ଵାଇଏମ୍‌ସି କପ୍‌ କ୍ରିକେଟ୍‌: ୟୁନିୟନ ସ୍ପୋର୍ଟିଂ ସେମିରେ

ନୂଆପଡ଼ା,: ନୂଆପଡ଼ା ମିନି ଷ୍ଟାଡିୟମରେ ଚାଲିଥିବା ୨୬ତମ ସର୍ବଭାରତୀୟ ଓ୍ଵାଇଏମ୍‌ସି କପ୍‌ କ୍ରିକେଟ୍‌ ପ୍ରତିଯୋଗିତାର ମଙ୍ଗଳବାର ମ୍ୟାଚ୍‌ରେ ଝାରସୁଗୁଡ଼ାର ପ୍ରୋଗ୍ରେସିଭ ଆସୋସିଏସନକୁ ୩୩ ରନ୍‌ରେ ପରାସ୍ତ କରି କଟକର ୟୁନିୟନ ସ୍ପୋର୍ଟିଂ ସେମିଫାଇନାଲ ପ୍ରବେଶ କରିଛି।
ୟୁନିୟନ ସ୍ପୋର୍ଟିଂ ନିର୍ଧାରିତ ୩୦ ଓଭରରେ ସମସ୍ତ ଓ୍ଵିକେଟ ହରାଇ ୨୧୯ ରନ୍‌ କରିଥିଲା। ଅନୁଜ କୌନଜିଆ ୬୩ ଓ ସୌରଭ କୌନଜିଆ ୩୯ ରନ୍‌ କରିଥିଲେ। ଜବାବରେ ଝାରସୁଗୁଡା ଦଳ ଅଧିନାୟକ ପ୍ରତୀକ ଯାଦବ (୭୮) ଓ ପୁଷ୍କର ରାଜ (୭୩)ଙ୍କ ଅର୍ଧଶତକ ସତ୍ତ୍ୱେ ୯ ଓ୍ଵିକେଟ ହରାଇ ୧୮୬ ରନ୍‌ରେ ଅଟକି ଯାଇଥିଲା। କଟକ ଦଳର ଅନୁରାଗ କୌନଜିଆ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe