କନିଷ୍ଠ ଏସିଆ କପ୍‌ ହକି: ଭାରତ ୪ର୍ଥ ଥର ବିଜେତା

Advertisment
କନିଷ୍ଠ ଏସିଆ କପ୍‌ ହକି: ଭାରତ ୪ର୍ଥ ଥର ବିଜେତା

ସଲାଲା (ଓମାନ୍‌): ଚତୁର୍ଥ ଥର ଲାଗି ଭାରତ କନିଷ୍ଠ ଏସିଆ କପ୍‌ ହକି ବିଜେତା ହୋଇଛି। ପୂର୍ବରୁ ୫ ଥର ଫାଇନାଲ୍‌ ଖେଳିଥିଲା ବେଳେ ଭାରତ ୩ ଥର ବିଜେତା ଏବଂ ୨ ଥର ଉପବିଜେତା ହୋଇଥିଲା। ଗୁରୁବାର ଫାଇନାଲ୍‌ରେ ଗତ ଥରର ବିଜେତା ଭାରତ ୨-୧ ଗୋଲ୍‌ରେ ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ଏହି ସଫଳତା ପାଇଛି। ମ୍ୟାଚ୍‌ର ୧୩ତମ ମିନିଟ୍‌ରେ ଅଙ୍ଗଦ ବୀର ସିଂହଙ୍କ ଗୋଲ୍‌ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଦ୍ବିତୀୟ କ୍ବାର୍ଟରରେ ଅର୍ଜିତ ସିଂହ ହୁଣ୍ଡାଲ (୨୦ ମିନିଟ୍‌) ଦଳ ପାଇଁ ଦ୍ବିତୀୟ ଗୋଲ୍‌ ସ୍କୋର୍‌ କରିଥିଲେ। ପ୍ରଥମାର୍ଦ୍ଧ ୨-୦ରେ ଆଗୁଆ ଥିବା ଭାରତ ତୃତୀୟ କ୍ବାର୍ଟରରେ ପ୍ରଥମ ଗୋଲ୍‌ ବରଣ କରିଥିଲା। ପାକିସ୍ତାନର ବାସାରତ ଅଲୀ (୩୮ ମିନିଟ୍‌) ଏହି ଗୋଲ୍‌ଟି ଦେଇଥିଲେ। ଚତୁର୍ଥ କ୍ବାର୍ଟର ଗୋଲ୍‌ ଶୂନ୍ୟରେ ଶେଷ ହେବାରୁ ଭାରତ ୨-୧ରେ ବିଜୟୀ ହୋଇଥଇଲା। ବିଜେତା ଭାରତୀୟ ଦଳରେ ଓଡ଼ିଶାର ସୁନିତ ଲାକ୍ରା, ଅମନଦୀପ ଲାକ୍ରା, ସୁଦୀପ ଚିର୍ମାକୋ ରହିଥିଲେ। ତୃତୀୟ ସ୍ଥାନ ମୁକାବିଲାରେ ଦକ୍ଷିଣ କୋରିଆ ୨-୧ ଗୋଲ୍‌ରେ ମାଲେସିଆକୁ ହରାଇ କାଂସ୍ୟ ପଦକ ଜିତିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe