କାନାଡାରେ ରୌପ୍ୟ ଜିତିଲେ ପ୍ରମୋଦ

ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ଦୁଇଟି ଫାଇନାଲ୍‌ରେ ପ୍ରମୋଦ

ଭୁବନେଶ୍ବର: କାନାଡାର ଓଟାୱା ସହରରେ ଆୟୋଜିତ କାନାଡା ପାରା ବ୍ୟାଡମିଣ୍ଟନ୍ ପ୍ରତିଯୋଗିତାରେ ଓଡ଼ିଆ ତାରକା ତଥା ଟୋକିଓ ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜୟୀ ପ୍ରମୋଦ ଭଗତ ରୌପ୍ୟ ପଦକ କରାୟତ୍ତ କରିଛନ୍ତି। ଏସ୍‌ଏଲ୍-୩ ବର୍ଗର ପୁରୁଷ ଏକକ ଫାଇନାଲ୍‌ରେ ସେ ୧୪-୨୧, ୨୧-୦୯, ୧୫-୨୧ରେ ଅଲିମ୍ପିକ୍‌ ‌ରୌପ୍ୟ ବିଜେତା ଇଂଲଣ୍ଡର ଡାନିଏଲ ବେଥେଲଙ୍କଠୁ ହାରି ଯାଇଥିଲେ। ଚଳିତ ବର୍ଷ ଉଭୟଙ୍କ ମଧ୍ୟରେ ଦୁଇ ଥର ମୁକାବିଲା ହୋଇଥିଲା ବେଳେ ୨ ଥର ଯାକ ବେଥେଲ ବିଜୟୀ ହୋଇ ପ୍ରମୋଦଙ୍କଠୁ ଅଲିମ୍ପିକ୍‌ ପରାଜୟର ମଧୁର ପ୍ରତିଶୋଧ ନେଇ ଚାଲିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe