ନୂଆଦିଲ୍ଲୀ: ଭାରତୀୟ ମହିଳା କୁସ୍ତି ଦଳର ପ୍ରଶିକ୍ଷକ କୃପାଶଙ୍କର ପଟେଲଙ୍କୁ ଗୁରୁବାର ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍ଆଇ) ନିଲମ୍ବିତ କରିଛି। ୪୦ ବର୍ଷୀୟ ଏହି ପ୍ରଶିକ୍ଷକ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଲେଖିଥିବାରୁ ନିଲମ୍ବନ କରାଯାଇଛି ବୋଲି ଡବ୍ଲୁଏଫ୍ଆଇ ପକ୍ଷରୁ ସୂଚନା ଦିଆଯାଇଛି। ଶୃଙ୍ଖଳା ସମିତିର ତଦନ୍ତ ନ ସରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ଆଦେଶ ବଳବତ୍ତର ରହିବ ବୋଲି ଡବ୍ଲୁଏଫ୍ଆଇର ସହ ସମ୍ପାଦକ ବିନୋଦ ତୋମାର କହିଛନ୍ତି। ଅନ୍ତର୍ଜାତୀୟ କୁସ୍ତି ମହାସଂଘ କୁସ୍ତି ନିୟମରେ କରାଯାଇଥିବା ବଦଳକୁ ବିରୋଧ କରି କୃପାଶଙ୍କର ଗତ ୧୨ ତାରିଖରେ କୃପାଶଙ୍କର ସାମାଜିକ ଗଣମାଧ୍ୟମରେ ଅସନ୍ତୋଷ ପ୍ରକାଶ କରିଥିଲେ। ସେ ବିଶ୍ୱ ସଂଘକୁ ଗଧ ସଙ୍ଗେ ତୁଳନା କରିବା ସହ ଏହାର ପ୍ରତୀକ ସହିତ ଗଧ ଫଟୋକୁ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିଲେ। ଏହାର ଜବାବ ରଖିବାକୁ ତାଙ୍କୁ ୧୩ ତାରିଖ ଦିନ ଡବ୍ଲୁଏଫ୍ଆଇ ସଭାପତି ବ୍ରିଜଭୂଷଣ ସରଣ ସିଂହ ନୋଟିସ୍ ଜାରି କରିଥିଲେ।
କୁସ୍ତି ପ୍ରଶିକ୍ଷକ ନିଲମ୍ବିତ
Advertisment
Follow Us