କ୍ଲାରେ କରିବେ କମାଲ, ପୁରୁଷ ଟେଷ୍ଟ୍‌ରେ ପ୍ରଥମ ମହିଳା ଅଫିସିଆଲ

Advertisment

Klaar will do magic, the first female official in the men's Test

Klaar will do magic, the first female official in the men's Test

କ୍ଲାରେ କରିବେ କମାଲ, ପୁରୁଷ ଟେଷ୍ଟ୍‌ରେ ପ୍ରଥମ ମହିଳା ଅଫିସିଆଲ

ପ୍ରଥମ ଥର ଲାଗି କୌଣସି ପୁରୁଷ ଟେଷ୍ଟ୍‌ କ୍ରିକେଟ୍‌ରେ ଜଣେ ମହିଳା ମ୍ୟାଚ୍‌ ଅଫିସିଆଲଙ୍କୁ ଦେଖିବାକୁ ମିଳିବ। ଅଷ୍ଟ୍ରେଲୀୟ ମହିଳା କ୍ଲାରେ ପୋଲୋସାକ୍‌ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଗୁରୁବ‌ାରଠାରୁ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେ‌ଷ୍ଟ୍‌ରେ ଚତୁର୍ଥ ଅମ୍ପାୟାର ଦାୟିତ୍ବ ତୁଲାଇବେ। ଚତୁର୍ଥ ଅମ୍ପାୟାରର ଦାୟିତ୍ବ ଅନୁଯାୟୀ ସେ ନୂଆ ବଲ୍‌ ଏବଂ ଅମ୍ପାୟାରଙ୍କ ପାଇଁ ପାଣି ନେଇ ପଡ଼ିଆକୁ ଯିବେ। ପୁଣି ମଧ୍ୟ ସେ ଲାଇଟ୍‌ ମିଟରର ବ୍ୟାଟେରି ଯାଞ୍ଚ୍‌ ସାଙ୍ଗକୁ ମଧ୍ୟାହ୍ନ ବିରତି ଓ ଚା’ ପାନ ବିରତି ବେଳେ ପିଚ୍‌ ନୀରିକ୍ଷଣ କରି ରିପୋର୍ଟ ଦେବେ। ଚତୁର୍ଥ ଅମ୍ପାୟାର ମଧ୍ୟ ଆବଶ୍ୟକସ୍ଥଳେ ତୃତୀୟ ଅମ୍ପାୟାରଙ୍କ ଦାୟିତ୍ବ ତୁଲାଇବେ।

ଏହି ଟେଷ୍ଟ୍‌ ପାଇଁ ପଲ୍‌ ରିଫେଲ ଓ ପଲ୍‌ ୱିଲ୍‌ସନ୍‌ ପଡ଼ିଆ ଭିତର ଅମ୍ପାୟାର ଦାୟିତ୍ବ ତୁଲାଇବାକୁ ଯାଉଥିଲା ବେଳେ ବ୍ରୁସ୍‌ ଅକ୍ସେନଫୋର୍ଡ ଟିଭି ଅମ୍ପାୟାର ରହିବେ। ଅଷ୍ଟ୍ରେଲିଆର ଡେଭିଡ୍‌ ବୁନ୍‌ ମ୍ୟାଚ୍‌ ରେଫରି ରହିବେ। ତେବେ ୩୨ ବର୍ଷ ବୟସ୍କା ପୋଲୋସାକ୍‌ ଏହା ପୂର୍ବରୁ ପ୍ରଥମ ମହିଳା ଭାବେ ପୁରୁଷ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ (ପଡ଼ିଆ ଭିତର ଅମ୍ପାୟାର ଭାବେ) ପରିଚାଳନା କରିବାର ଗୌରବ ବହନ କରିସାରିଛନ୍ତି। ସେ ୨୦୧୯ରେ ଆଇସିସିର ଡିଭଜନ୍‌-୨ ଲିଗ୍‌ (ନାମିବ୍ୟା ବନାମ ଓମାନ) ମ୍ୟାଚ୍‌ ପରିଚାଳନା କରିଥିଲେ। ୨୦୧୭ରେ ଅଷ୍ଟ୍ରେଲିଆରେ ଘରୋଇ ପୁରୁଷ ମ୍ୟାଚ୍‌କୁ ପରିଚାଳନା କରିବାରେ ପ୍ରଥମ ପଡ଼ିଆ ଭିତର ମହିଳା ଅମ୍ପାୟାର ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe