କ୍ୟାଚ ଧରିବା ପାଇଁ ପବନରେ ଉଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ

କ୍ୟାଚ ଧରିବା ପାଇଁ ପବନରେ ଉଡ଼ିଲେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ

ବିଶାଖାପାଟଣା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ରବିବାର ଦ୍ବିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌ ଖେଳ ଜାରି ରହିଛି। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାସ୍ଥିତ ଡ. ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତିବା ପରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ୧୬ ଓଭରରେ ୧୧୭ ରନରେ ଅଲଆଉଟ୍‌ ହୋଇଥିଲା।

ଅଷ୍ଟ୍ରେଲିଆର ବୋଲରମାନେ ଆଜି ଦମଦାର ବୋଲିଂ କରିଥିଲେ। ମିଚେଲ୍‌ ଷ୍ଟାର୍କ ୮ ଓଭର ବୋଲିଂ କରିଥିଲେ। ସେ ଗୋଟିଏ ମେଡେନ୍‌ ଓଭର ନେଇଥିଲେ। ୫୩ ରନ୍‌ ଖର୍ଚ୍ଚ କରି ଭାରତର ୫ଟି ମୂଲ୍ୟବାନ୍‌ ୱିକେଟ୍‌ ନେଇଥିଲେ। ସିନ୍ ଆବୋଟ୍‌ଙ୍କୁ ୩ଟି ୱିକେଟ୍‌ ମିଳିଥିଲା। ଆବୋଟ୍‌ ୬ ଓଭର ବୋଲିଂ କରି ୨୩ ରନ୍‌ ଖର୍ଚ୍ଚ କରିଥିଲେ। ସେହିପରି ନାଥାନ୍‌ ଇଲିସ ୫ ଓଭର ବୋଲି କରି ୧୩ ରନ୍‌ ଦେଇଥିଲା ବେଳେ ୨ଟି ୱିକେଟ୍‌ ନେଇଥିଲେ।

ଏହି କ୍ରମରେ ପଡ଼ିଆରେ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ ସ୍ମିଥଙ୍କ ଫିଲଣ୍ଡିଂ ଜାଦୁ ଦେଖିବାକୁ ମିଳିଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବେଟିଂ କରିଥିବା ବେଳେ ଷ୍ଟିଭ ସ୍ମିଥ ପବନରେ ଉଡ଼ି କ୍ୟାଚ ଧରିଥିଲେ। ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥି‌ଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ ହେବାପରେ ତାହା ଭାଇରାଲ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe