କଲମ୍ବୋ: ବିଶୃଙ୍ଖଳିତ ଆଚରଣ ଲାଗି ଶ୍ରୀଲଙ୍କା କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଧନୁସ୍କା ଗୁଣତିଳକଙ୍କୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ୬ ଦିନିକିଆ ମ୍ୟାଚ୍ରୁ ବାସନ୍ଦ କରାଯାଇଛି। ଫଳରେ ୟୁଏଇରେ ପାକିସ୍ତାନ ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ତାଙ୍କୁ ଦଳରେ ନିଆଯାଇନାହିଁ। ଭାରତ ବିପକ୍ଷ ଘରୋଇ ଶୃଙ୍ଖଳା ସମୟରେ ଗୁଣତିଳକ ଅଭ୍ୟାସରେ ଯୋଗ ଦେଉନଥିଲେ। ଏପରି ଆଚରଣ ଲାଗି ତାଙ୍କୁ ବାସନ୍ଦ କରାଯାଇଛି ବୋଲି ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ କହିଛି। ଏହିଭଳି ପଡ଼ିଆ ବାହାର ବିଶୃଙ୍ଖଳା ଲାଗି ଆଉ ଜଣେ ଖେଳାଳିଙ୍କୁ ବୋର୍ଡ ନୋଟିସ୍ ଦେଇଥିଲେ ମଧ୍ୟ ତାଙ୍କୁ ବାସନ୍ଦ କରିନଥିଲା। ଶ୍ରୀଲଙ୍କା କ୍ରିକେଟ୍ ଖେଳାଳିଙ୍କ ଅଭ୍ୟାସ ଏବଂ ମ୍ୟାଚ୍କୁ ଗୁରୁତ୍ୱ ଦେଉଥିବାରୁ ଗୁଣତିଳକଙ୍କୁ ବାସନ୍ଦ କରିଥିଲା। ତାଙ୍କର ବାସନ୍ଦାଦେଶ ଉପରେ ସିଇଓ ଆସଲେ ଡି’ସିଲ୍ଭା ଏକ ତଦନ୍ତ ସମିତି ଗଠନ କରିଛନ୍ତି। ଏହି ସମିତି ତଦନ୍ତ କରି ରିପୋର୍ଟ ଦେଲା ପରେ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରାଯିବ ବୋଲି କ୍ରିକେଟ୍ ପ୍ରବନ୍ଧକ ଅସାଙ୍କ ଗୁରୁସିଂଘେ କହିଛନ୍ତି। ସୂଚନାଯୋଗ୍ୟ, ଗୁଣତିଳକ ଚଳିତ ବର୍ଷ ୧୨ ଦିନିକିଆ ଖେଳି ୪୨.୪୧ ହାରରେ ରନ୍ ସଂଗ୍ରହ କରିଛନ୍ତି।
ଗୁଣତିଳକ ୬ ମ୍ୟାଚ୍ରୁ ବାସନ୍ଦ
Advertisment
Follow Us