Indore: Indian cricket captain Virat Kohli gestures during a press conference on the eve of first Test match against Bangladesh, in Indore, Wednesday, Nov 13, 2019. PTI Photo/Kamal Kishore) (PTI11_13_2019_000038B)
ଗୁଆହାଟି: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ (ଆଇସିସି)ର ଚାରିଦିନିଆ ଟେଷ୍ଟ୍ ମ୍ୟାଚ୍ ପ୍ରସ୍ତାବକୁ ଦୃଢ଼ ବିରୋଧ କରିଛନ୍ତି। କ୍ରିକେଟ୍ର ପାରମ୍ପରିକ ଫର୍ମାଟ୍ ଟେଷ୍ଟ୍ ଖେଳ ପ୍ରାରମ୍ଭରୁ ୫ ଦିନ ରହିଆସିଛି। ଏହାକୁ ବଦଳାଇଲେ କ୍ରିକେଟ୍ର ପବିତ୍ରତା ନଷ୍ଟ ହେବ ବୋଲି କୋହଲି ଯୁକ୍ତି ବାଢ଼ିଛନ୍ତି। କ୍ରିକେଟ୍ର ସୀମିତ ଓଭର ଫର୍ମାଟ୍ରୁ ଆଇସିସି ଅଧିକ ବ୍ୟବସାୟିକ ଲାଭ କରୁଥିବାରୁ ଆଗାମୀ ୨୦୨୩-୩୧ ସମୟ ଚକ୍ର ମଧ୍ୟରେ ଟେଷ୍ଟ୍ ମ୍ୟାଚ୍ର ଅବଧି ୪ ଦିନ କରିବ ବୋଲି ଚିନ୍ତା କରୁଛି। ଟେଷ୍ଟ୍ କ୍ରିକେଟ୍କୁ ଅଧିକ ରୋଚକ କରିବା ପାଇଁ ତଥା ଦର୍ଶକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ଆଇସିସିର ଦିବାରାତ୍ର ଟେଷ୍ଟ୍କୁ ମଧ୍ୟ ଭାରତ ଖେଳିବା ଆରମ୍ଭ କରିଛି। କିନ୍ତୁ କ୍ରିକେଟ୍ରୁ ଅଧିକ ଲାଭ ପାଇବା ଆଶାରେ ଟେଷ୍ଟ୍ ମ୍ୟାଚ୍ର ଅବଧି ଆଇସିସି ସଂପ୍ରତି ୪ ଦିନ କରୁଛି, ଆଗକୁ ଆଉ କେହି ଆସି ୩ ଦିନ କହିବ ବୋଲି କୋହଲି ଅନୁଭବ କରୁଛନ୍ତି। କ୍ରିକେଟ୍କୁ ଅଧିକ ରୋମାଞ୍ଚକର କରିବାକୁ ଯାଇ ଖେଳର ଅବଧି କମାଗଲେ ଧୀରେ ଧୀରେ ଟେଷ୍ଟ୍ କ୍ରିକେଟ୍ ଲୁପ୍ତ ହେଇଯିବ। ଯାହା କଦାପି ଠିକ୍ ନୁହେଁ ବୋଲି କହିବା ସହିତ ଏଭଳି ପ୍ରସ୍ତାବକୁ ସାକାର ରୂପ ଦେବାରୁ ଦୂରେଇ ରହିବା ପାଇଁ କୋହଲି ମତ ଦେଇଛନ୍ତି।
‘‘ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ମୋର ଜ୍ଞାନ କମ୍। ଏଣୁ ମୁଁ କୌଣସି ଦାୟିତ୍ବହୀନ ମନ୍ତବ୍ୟ ଦେବାକୁ ଚାହେଁନାହିଁ। ସବୁକିଛି ଜାଣିବା ପରେ ଯାଇ ମୁଁ ଏଥିନେଇ କିଛି କହି ପାରିବି। ହଁ ମୁଁ ଚାରି ଦିନିଆ ଟେଷ୍ଟ୍ ସପକ୍ଷରେ ନାହିଁ ବୋଲି ଏଠାରେ କହିପାରେ। ମୋ ମତରେ ଟେଷ୍ଟ କ୍ରିକେଟ୍ ତାର ପୁରୁଣା ରୂପରେ ରହିବା ସବୁଠାରୁ ଭଲ।’’
-ବିରାଟ କୋହଲି
Follow Us