ଜାତୀୟ କନିଷ୍ଠ ଖୋଖୋ ପାଇଁ ଓଡ଼ିଶା ଦଳର ସୁରଟ ଯାତ୍ରା

Advertisment
ଜାତୀୟ କନିଷ୍ଠ ଖୋଖୋ ପାଇଁ ଓଡ଼ିଶା ଦଳର ସୁରଟ ଯାତ୍ରା

କଟକ: ଆସନ୍ତା ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ଗୁଜୁରାଟର ସୁରଟରେ ୩୯ତମ ଜାତୀୟ କନିଷ୍ଠ ଖୋଖୋ ପ୍ରତିଯୋଗିତା ଆୟୋଜିତ ହେବ। ଏଥିରେ ଭାଗ ନେବାକୁ ଓଡ଼ିଶା ଦଳ ଗୁରୁବାର ରାତିରେ ସୁରଟ ଅଭିମୁଖେ ଯାତ୍ରା କରିଛି। ଓଡ଼ିଶା ବାଳକ ଦଳରେ ଦିବ୍ୟର˚ଜନ ସି˚ହ, ଦୀପକ ସି˚ହ, ସ˚ଜୟ ମଣ୍ତଳ, ବଳଭଦ୍ର ମୁର୍ମୁ, ଅର୍ଜୁନ ସି˚ହ, କରନ ମାରାଣ୍ତି, ଜଗନ୍ନାଥ ମାଝୀ, ସଞ୍ଜିତ ଚାଟମ୍ବା, ପୃଥ୍ବୀରାଜ ବାରିକ, ପି ଦୀଲେଶ ରେଡ୍ଡୀ, ପାବନୀ ଶବର, ସାନ୍ତନୁ ସାମନ୍ତରାୟ, ବାଳିକା ଦଳରେ ପୁଷ୍ପା ମାରାଣ୍ତି, ସବନମ ଖାତୁନ୍‌, ଆଶା ମାରାଣ୍ତି, ପ୍ରତିମା ଦେ, ରୂପାଲି ପ୍ରଧାନ, ଅନନ୍ୟା ପ୍ରଧାନ, ଶିବାନୀ ଗମାଙ୍ଗୋ, ଶୁଭଶ୍ରୀ ସି˚ହ, ରଞ୍ଜିତା ବାରିକ, ଅର୍ଚ୍ଚନା ମାଝୀ, କାଦମ୍ବିନୀ ମାଝୀ, ମୋନିକା ନାୟକ ସ୍ଥାନ ପାଇଛନ୍ତି। ବାଳକ ଦଳରେ ଗୋବିନ୍ଦ ବେହେରା ଓ ବାଳିକା ଦଳରେ ମଳୟ ର˚ଜନ ବେହେରା ପ୍ରଶିକ୍ଷକ ଦାୟିତ୍ବରେ ରହିବେ। ଓଡ଼ିଶା ଦଳକୁ ରାଜ୍ୟ ଖୋଖୋ ସ˚ଘର ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, କୋଷାଧ୍ୟକ୍ଷ ଚୌଧୁରୀ ପାର୍ଥସାରଥୀ ମହାପାତ୍ର ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe